ମନ୍ତ୍ରୀଙ୍କ ଅଜବ ବୟାନ: ମହିଳାମାନେ ଛୁଆ ଜନ୍ମ କରିବାକୁ ଚାହୁଁନାହାନ୍ତି

Oct 11, 2021 - 06:09
 86
ମନ୍ତ୍ରୀଙ୍କ ଅଜବ ବୟାନ: ମହିଳାମାନେ ଛୁଆ ଜନ୍ମ କରିବାକୁ ଚାହୁଁନାହାନ୍ତି
ବେଙ୍ଗାଲୁରୁ: କର୍ଣ୍ଣାଟକାର ସ୍ୱାସ୍ଥ୍ୟମନ୍ତ୍ରୀ ଡା କେ ସୁଧାକର ଅଜବ ବୟାନ ଦେଇଛନ୍ତି। ଆଜିକାଲିର ମହିଳଳାମାନେ ଏକାକୀ ରହିବାକୁ ଇଚ୍ଛା କରୁଛନ୍ତି। ବାହାଘର ପରେ ମଧ୍ୟ ସେମାନେ ଛୁଆ ଜନ୍ମ କରିବାକୁ ଚାହୁଁନାହାନ୍ତି। ସେମାନେ କେବଳ ସରୋଗାସୀ ଜରିଆରେ ଛୁଆ କରିବାକୁ ଚାହୁଁଛନ୍ତି ବୋଲି ମନ୍ତ୍ରୀ ସୁଧାକର ଦାବି କରିଛନ୍ତି। ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଇଁ NIMHANSରେ ଆୟୋଜିତ କାର୍ଯ୍ୟକ୍ରମରେ ସୁଧାକର ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସେ ଉପସ୍ଥିତ ଲୋକଙ୍କୁ ସମ୍ବୋଧନ କରି କହିଛନ୍ତି, “ଆଜି ମୁଁ ଏପରି କଥା କହିବା ପୂର୍ବରୁ କ୍ଷମା ଚାହୁଁଛି। କିନ୍ତୁ ଭାରତରେ ଅଧିକାଂଶ ଆଧୁନିକ ମହିଳା ସବୁବେଳେ ଏକାକୀ ରହିବାକୁ ଚାହୁଁଛନ୍ତି। ଏପରି କି ସେମାନେ ବାହାଘର ପରେ ମଧ୍ୟ ଛୁଆକୁ ଜନ୍ମ କରିବାକୁ ଚାହୁଁନାହାନ୍ତି। ସେମାନେ ସରୋଗାସୀ ଚାହାନ୍ତି। ଆମ ଚିନ୍ତାଧାରାରେ ବଡ଼ ପରିବର୍ତ୍ତନ ଆସିଗଲାଣି। ଏହା ଆଦୌ ଭଲ କଥା ନୁହେଁ