ଲଜ୍ଜାଜନକ ରେକର୍ଡ କ୍ଲବରେ କେଏଲ ରାହୁଲଙ୍କ ପଞ୍ଜାବ କିଙ୍ଗସ

Oct 9, 2021 - 14:32
 86
ଲଜ୍ଜାଜନକ ରେକର୍ଡ କ୍ଲବରେ କେଏଲ ରାହୁଲଙ୍କ ପଞ୍ଜାବ କିଙ୍ଗସ
ଦୁବାଇ: ଚଳିତ ଆଇପିଏଲରେ କେଏଲ ରାହୁଲଙ୍କ ପଞ୍ଜାବ କିଙ୍ଗସ ୬ଷ୍ଠ ସ୍ଥାନରେ ରହି ତା’ର ଅଭିଯାନ ଶେଷ କରିଛି। ଏଥିସହ ପୁଣିଥରେ ଆଇପିଏଲରେ ପ୍ଲେଅଫ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛି। ଆଇପିଏଲରେ ବାରମ୍ବାର ବିଫଳ ହେଉଥିବା ପଞ୍ଜାବ କିଙ୍ଗସ ନାଁରେ ଏବେ ଗୋଟିଏ ଅଲୋଡ଼ା ତଥା ଲଜ୍ଜାଜନକ ରେକର୍ଡ ଯୋଡ଼ି ହୋଇଯାଇଛି। କ୍ରମାଗତ ୭ମ ବର୍ଷ ପାଇଁ ପଞ୍ଜାବ ପ୍ଲେ ଅଫକୁ ଯୋଗ୍ୟତା ହାସଲ କରି ପାରିନାହିଁ। ୨୦୨୧ ସଂସ୍କରଣ ପୂର୍ବରୁ ଉଭୟ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କ୍ରମାଗତ ୬ଥର ଲେଖାଏ ପ୍ଲେ ଅଫକୁ ଯୋଗ୍ୟତା ହାସଲ କରି ପାରି ନଥିଲେ। ହେଲେ ୨୦୨୧ରେ ପଞ୍ଜାବ ପ୍ଲେ ଅଫକୁ ଯୋଗ୍ୟତା ଅର୍ଜନ କରି ନପାରି ଦିଲ୍ଲୀର ଅଲୋଡ଼ା ରେକର୍ଡକୁ ଅତିକ୍ରମ କରିଛି। ପଞ୍ଜାବ କିଙ୍ଗସ ଆଇପିଏଲର ଏକମାତ୍ର ଦଳ ଯିଏ କ୍ରମାଗତ ୭ମ ବର୍ଷ ପାଇଁ ପ୍ଲେ ଅଫ ଖେଳିବାରୁ ବଞ୍ଚିତ ହୋଇଛି।