ପିଆରଏସଆଇ ଭୂବନେଶ୍ୱର ଚାପ୍ଟର ପକ୍ଷରୁ ଜାତୀୟ ଲୋକ ସମ୍ପର୍କ ଦିବସ ପାଳନ

Apr 22, 2019 - 14:52
 136
ଭୂବନେଶ୍ୱର, ୨୧/୪(ସକାଳଖବର) ପବ୍ଲିକ୍ ରିଲେସନ୍ ସୋସାଇଟି ଅଫ୍ ଇଣ୍ଡିଆ (ପିଆରଏସଆଇ) ଭୂବନେଶ୍ୱର ଚାପ୍ଟର ପକ୍ଷରୁ ଜାତୀୟ ଲୋକ ସମ୍ପର୍କ ଦିବସ ଆଜି ଭୂବନେଶ୍ୱର ଠାରେ ପାଳନ କରାଯାଇ ଥିଲା । ଏହି ବର୍ଷର ଲୋକ ସମ୍ପର୍କ ଦିବସର ଥିମ୍ ଥିଲା 'ଏକ ରଷ୍ଟ୍ର, ଏକ ସଂକଳ୍ପ, ଏକ ସ୍ୱର' । ସିଏସ୍ଏମ୍ ଟେକ୍ନୋଲୋଜିର ପ୍ରତିଷ୍ଠାତା ତଥା ସିଇଓ ଶ୍ରୀ ପ୍ରିୟଦର୍ଶୀ ପାଣି ଏହି କାର୍ୟ୍ୟକ୍ରମରେ ବକ୍ତା ଭାବରେ ଯୋଗଦେଇ ଦେଶ ଗଠନରେ ସୁଚନା ପ୍ରଯୁକ୍ତିବିଦ୍ୟାର ଭୂମିକା ସଂପର୍କରେ ଆଲୋଚନା କରିଥିଲେ । ସେ କହିଥିଲେ ଯେ, ଆମମାନଙ୍କ ସ୍ୱରକୁ ଏଜେଣ୍ଡାରେ ପରିବର୍ତନ କରିବାରେ ସୁଚନା ପ୍ରଯୁକ୍ତିବିଦ୍ୟାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସୁଚନା ପ୍ରଯୁକ୍ତିବିଦ୍ୟା ଦ୍ୱାରା ଡାଟା ଏବେ ଜ୍ଞାନରେ ପରିବର୍ତନ ହୋଇ ସାମାଜିକ ମଂଗଳରେ ଲାଗି ପାରୁଛି । ପିଆରଏସଆଇ ଭୂବନେଶ୍ୱର ଚାପ୍ଟର୍ ଅଧ୍ୟକ୍ଷ ଶ୍ରୀ ଅମର ଜ୍ୟୋତି ମହାପାତ୍ର ପିଆରଏସଆଇ ଭୂମିକା ଏବଂ ଜାତୀୟ ଲୋକ ସମ୍ପର୍କ ଦିବସ ପାଳନର ମହତ୍ୱ ସଂପର୍କରେ କହିଥିଲେ । ଏହି କାର୍ୟ୍ୟକ୍ରମରେ ପିଆରଏସଆଇ ଭୂବନେଶ୍ୱର ଚାପ୍ଟର୍ର ବହୁ ସଦସ୍ୟ ଏବଂ ସାମ୍ବଦିକତା ଓ ଗଣମାଧ୍ୟମ ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ଥିଲେ । ଚାପ୍ଟର୍ ସଂପାଦକ ଶ୍ରୀ ସଂଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।