୧୬ରେ ଦୀପୁ ହତ୍ୟା ମାମଲାରେ ଜେରା

Jul 4, 2018 - 14:34
 229
କଟକ,୪ା୭(ସକାଳଖବର): ଦୀପୁ ଓ ଓରଫ୍ ମନୋଜ ମଲ୍ଲିକ ହତ୍ୟାକାଣ୍ଡ ମାମଲାରେ ବୁଧବାର ଜିଲ୍ଲା ଓ ଦୌରା ଜଜ୍ ସତ୍ୟନାରାୟଣ ମିଶ୍ରଙ୍କ ଇଜଲାସରେ ଦ୍ୱିତୀୟ ସାକ୍ଷୀ ଭାବେ ମୃତକ ଦୀପୁର ବାପା ତଥା ଏତଲାକାରୀ ଅଦ୍ୱୈ÷ତ କୁମାର ମଲ୍ଲିକ କୋର୍ଟରେ ହାଜର ହୋଇଥିବାବେଳେ ପରବର୍ତ୍ତୀ ଜେରା ଆସନ୍ତା ୧୬ ତାରିଖରେ ହେବା ପାଇଁ ଧାର୍ଯ୍ୟ ହୋଇଛି । ଏଠାରେ ସୂଚନାଯୋଗ୍ୟ ସାକ୍ଷୀ ଅଦ୍ୱୈ÷ତଙ୍କୁ ସରକାରଙ୍କ ପକ୍ଷରୁ ଜେରା ସରିଛି । ତେବେ ଧାର୍ଯ୍ୟ ତାରିଖରେ ମୁଦାଲାଙ୍କ ପକ୍ଷରୁ ଜେରା କରାଯିବ । ମାମଲାର ବିବରଣୀରୁ ପ୍ରକାଶ ଯେ ଚାଉଳିଆଗଞ୍ଜ ଅଞ୍ଚଳର ଦୀପୁ ଏବଂ କଲ୍ୟାଣୀନଗରର ଓମ୍ଙ୍କୁ କଟକରୁ ଅପହରଣ କରାଯିବା ପରେ ୨୦୧୩ ମସିହା ନଭେମ୍ବର ମାସ ୧୨ ତାରିଖରେ ସେମାନଙ୍କୁ ଆଠଗଡସ୍ଥିତ କଟିକଟା ଫାର୍ମ ହାଉସକୁ ନିଆଯାଇଥିଲା । ସେଠାରେ ଉଭୟଙ୍କୁ ପିଟିପିଟି ହତ୍ୟା କରାଯିବା ପରେ ମୃତଦେହକୁ ଝାଡଖଣ୍ଡରେ ପୋଡି ଦିଆଯାଇଥିଲା ।