ସିସୋର ମାମଲାରେ ସାଂସଦ ରବୀନ୍ଦ୍ର ଜେନାଙ୍କୁ ଆଗୁଆ ଜାମିନ୍

Jan 30, 2019 - 06:23
 161
ସିସୋର ମାମଲାରେ ସାଂସଦ ରବୀନ୍ଦ୍ର ଜେନାଙ୍କୁ ଆଗୁଆ ଜାମିନ୍
ଭୁବନେଶ୍ୱର, ୨୯/୧(ସକାଳଖବର): ସିସୋର ଚିଟଫଣ୍ଡ ଠକେଇ ମାମଲାରେ ବାଲେଶ୍ୱରର ବିଜେଡି ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଗୁଆ ଜାମିନ ମିଳିଛି । ପୂର୍ବରୁ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ମିଳିଥିଲା । ସୂଚନା ଅନୁଯୟୀ ସିସୋର୍ ଚିଟଫଣ୍ଡ ମାମଲାରେ ୨୦୧୭, ଜାନୁଅ ।ରି ୧୨ ତାରିଖ ଦିନ ସିବିଆଇ ନିକଟରେ ହାଜର ହେବା ପାଇଁ ସାଂସଦ ଶ୍ରୀ ଜେନାଙ୍କୁ ନୋଟିସ ଜାରି କରାଯାଇଥିଲା । କିନ୍ତୁ ସେହିଦିନ ସକାଳୁ ସିବିଆଇ ଟିମ୍ ଶ୍ରୀ ଜେନାଙ୍କ ବାଲେଶ୍ୱର ମାନସିଂହ ବଜାର ଘର, ଓଟି ରୋଡରେ ଥିବା ଘର, କାର୍ଯ୍ୟାଳୟ ଓ ତାଙ୍କ ତିନି ଘନିଷ୍ଠ ସହଯୋଗୀଙ୍କ ଘର ଓ କାର୍ଯ୍ୟାଳୟରେ ଚଢଉ କରିଥିଲା । ସିସୋର ସହିତ ୧୮ କୋଟି ଟଙ୍କାର କାରବାର ସମ୍ପର୍କରେ ସେ ସନ୍ତୋଷଜନକ ଉତର ସିବିଆଇକୁ ଦେଇ ପାରିନଥିଲେ ।ଏହି ମାମଲରେ ପୂର୍ବରୁ ତାଙ୍କୁ ସିବିଆଇ ଜେରା ମଧ୍ୟ କରିଥିଲା ।ତେବେ ତାଙ୍କୁ ଫସାଇ ଦିଆଯାଇଥିବା ଦର୍ଶାଇ ଶ୍ରୀ ଜେନା ଆଗୁଆ ଜାମିନ୍ ପାଇଁ ଆବେଦନ କରିଟଥିଲେ । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଅ ।ଇନଜୀବୀ ରଜତ ରଥ ଓ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜା ମାମଲା ପରି·ଳନା କରୁଛନ୍ତି ।