। ୨ ଅଭିଯୁକ୍ତଙ୍କୁ ୨୦ ବର୍ଷ କାରାଦଣ୍ଡ

Aug 30, 2018 - 18:25
 159
।  ୨ ଅଭିଯୁକ୍ତଙ୍କୁ ୨୦ ବର୍ଷ କାରାଦଣ୍ଡ
ଅନୁଗୋଳ,୩୦/୮ (ସକାଳଖବର): ଅନୁଗୋଳ ଏଡ଼ିଜେ କମ୍ ସ୍ପେଶାଲ କୋର୍ଟ ଆଜି ଜଣେ ନାବାଳିକଙ୍କୁ ଗଣବଳାକ୍ରାର ମାମଲାର ବିଚାର କରି ଦୋଷୀ ସାବ୍ୟସ୍ତ ୨ ଅଭିଯୁକ୍ତଙ୍କ ୨୦ ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଏଥିସହ ୧୦ ହଜାର ଟଙ୍କା ଲେଖାଏଁ ଜରିମନା ଦେବାକୁ ବିଚାରପତି ଶୋଭାଗିନୀ ମଲ୍ଲିକ ନିଦେ୍ର୍ଧଶ ଦେଇଛନ୍ତି । ଜରିମନା ଅନାଦେୟସ୍ଥଳେ ଅଧିକ ୬ମାସ କାରାଦଣ୍ଡ ଭୋଗିବାକୁ ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ଘଟଣାରୁ ପ୍ରକାଶ ଯେ ଗତ ୨୦୧୫ ମସିହା ମାର୍ଚ୍ଚ ୮ ତାରିଖରେ ଖମାର ଥାନା ଅଞ୍ଚଳର ଜଣେ ନାବାଳିକା ମହୁଲ ସଂଗ୍ରହ କରୁଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ନରସିଂହପୁର ଅଞ୍ଚଳର ତୁରମ ପୃଷ୍ଟି (୨୩) ଓ ପାଗଡ଼ା ଥାନା ସୋଲଡ଼ା ଅଞ୍ଚଳର ଚନ୍ଦ୍ର ତିରିଆ (୨୨) ନଦୀକୁ ଯିବା ପାଇଁ ରାସ୍ତା ପଚାରିଥିଲେ । ତେବେ ନାବାଳିକା ଜଣକ ଏକୁଟିଆ ଥିବାର ସୁଯୋଗ ନେଇ ତାଙ୍କୁ ଦୁଇଜଣ ମିଶି ବଳାକ୍ରାର କରିଥିଲେ । ଏ ନେଇ ପୋଲିସ କେସ୍ ନଂ ୨୩/୧୫ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଆଜି ମାମଲାର ବିଚାର ଥିବାବେଳେ ୧୯ଜଣ ସାକ୍ଷ୍ୟ ଓ ୨୭ଟି ଦସ୍ତାବିଜକୁ ଭିତ୍ତିକରି କୋର୍ଟ ଉପରୋକ୍ତ ଦଣ୍ଡାଦେଶ ଦେଇଥିବା ଜଣାଯାଇଛି ।ଏନେଇ ସ୍ପେଶାଲ ପବ୍ଲିକ ପ୍ରୋସିକ୍ୟୁଟର ସରୋଜ ପଟ୍ଟନାୟକ ସୂଚନା ଦେଇଛନ୍ତି ।