ବ୍ରାଉନସୁଗାର ଚାଲାଣ ୨ ଗିରଫ

Aug 30, 2018 - 20:07
 153
ବ୍ରାଉନସୁଗାର ଚାଲାଣ  ୨ ଗିରଫ
ଭୁବନେଶ୍ୱର,୩୦ା୮(ସକାଳଖବର): ଜଳେଶ୍ୱରରୁ ଭୁବନେଶ୍ୱର ବ୍ରାଉନସୁଗାର ଚାଲାଣ କରୁଥିବା ଦୁଇ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୦ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ କରିଛି ପୋଲିସ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ । ସୂଚନା ଅନୁଯାୟୀ, ଆଜି ଭୋର୍ ପ୍ରାୟ ୪ଟା ସମୟରେ ଏମାନେ ବ୍ରାଉନସୁଗାର କିଣିବା ପାଇଁ ଜଳେଶ୍ୱରରେ ପହଂଚି ଥିଲେ । ମାଲ୍ କିଣି ସାରି ଏମାନେ ଫେରୁଥିବା ବେଳେ ଜଳେଶ୍ୱରର ଚାଲନ୍ତି ଛକ ନିକଟରୁ ଉଭୟଙ୍କୁ ପୋଲିସ ଗିରଫ କରିଥିଲା । ଗିରଫ ଦୁଇଜଣଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱର ଅଂଚଳର ହୋଇଥିବା ବେଳେ ଅନ୍ୟଜଣେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଅଂଚଳର । ଗିରଫ ଦୁଇ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ଜଣାପଡିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବ୍ରାଉନସୁଗାର କାରବାର ଜଳେଶ୍ୱର ଅଂଚଳରେ ବେଧଡ଼କ ଭାବେ ଚାଲିଛି ।ଏପରିକି ପୂର୍ବରୁ ବିଭିନ୍ନ ସମୟରେ ଏଠାରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହେବାର ନଜିର ରହିଛି ।