କଂପାନୀର ବିକାଶରେ କଂପାନୀ ସେକ୍ରେଟାରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ : ମୁଖ୍ୟମନ୍ତ୍ରୀ

Aug 30, 2018 - 20:01
 220
କଂପାନୀର ବିକାଶରେ କଂପାନୀ ସେକ୍ରେଟାରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩୦ା୮(ସକାଳଖବର): ଆଇସିଏସଆଇ (ଇନ୍ଷ୍ଟିଚୁ୍୍ୟଟ୍ ଅଫ କମ୍ପାନୀ ସେକ୍ରେଟେରୀଜ୍ ଅଫ ଇଣ୍ଡିଆ) ଏହାର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଏବଂ ଆନ୍ତର୍ଜାତୀୟ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଉପସ୍ଥିତ ପ୍ରତିଷ୍ଠିତ ବିଦ୍ୱାନ, ବରିଷ୍ଠ ପ୍ରଫେସନାଲ, ସରକାରୀ ଅଧିକାରୀ, ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ ଏବଂ ଗଣ୍ୟମାନ୍ୟ ବ୍ୟକ୍ତିଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଆଇସିଏସ୍ଆଇ ଅନୁଷ୍ଠାନ ସଂସ୍ଥାଗତ ଉକ୍ରୃଷ୍ଟତା ପ୍ରାପ୍ତ କରିବା ଏବଂ ୫୦ ବର୍ଷ ଧରି ଉତମ କର୍ପୋରେଟ ପରିଚାଳନା ପାଇଁ ଆଲୋକବର୍ତିକା ଭାବେ ନିଜକୁ ପ୍ରମାଣିତ କରି ପାରିଥିବାରୁ ଶୁଭେଚ୍ଛା ଜଣାଇଥିଲେ । ଉତମ ଗଭର୍ଣ୍ଣାନ୍ସ ମାଧ୍ୟମରେ ନୂଆ ଭାରତ ୨୦୨୨କୁ ଏକ ରୂପରେଖ ଦେବାରେ ଅନୁଷ୍ଠାନ ଏବଂ ଏହାର ଲାଭାର୍ଥୀଙ୍କ ନିଃସ୍ୱାର୍ଥପର ତଥା ନିଷ୍ଠାପର ଯୋଗଦାନକୁ ମୁଖ୍ୟମନ୍ତ୍ରୀ ଭୂୟସୀ ପ୍ରଂଶସା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କଂପାନୀର ବିକାଶରେ କଂପାନୀ ସେକ୍ରେଟାରୀମାନଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶା ପୂର୍ବ ଭାରତର ଏକ ମ୍ୟାନୁଫାକଚରିଂ ହବ ରୂପେ ବେଶ୍ ସୁପରିଚିତ । ମୋର ବିଶ୍ୱାସ, ଆଗାମୀ ଦିନରେ ହେବାକୁ ଥିବା ମେକ୍ ଇନ ଓଡ଼ିଶା କ୍ୟାଂପେନ ଓ କନକ୍ଲେଭ୍ କଂପାନୀ ସେକ୍ରେଟାରୀମାନଙ୍କ ନିମନ୍ତେ ବେଶ୍ ସୈାହାର୍ଦ୍ଧ୍ୟପୂର୍ଣ୍ଣ ରହିବ । ଏହି ଅବସରରେ ଶ୍ରୀ ଅରୁଣ ମିଶ୍ର, ଅଧ୍ୟକ୍ଷ, ଟାଟା ଷ୍ଟିଲ ଏସଇଜେଡ ଲିଃ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କମ୍ପାନୀ ସେକ୍ରେଟାରୀ ଶ୍ରୀ ମକରନ୍ଦ ଲେଲେ, ସଭାପତି, ଆଇସିଏସ୍ଆଇ ଉଦ୍ବୋଧନ ଦେଇ କହିଥିଲେ ଯେ, ଅର୍ଦ୍ଧ ଶତାବ୍ଦୀ ପୂର୍ବରୁ, ଇନ୍ଷ୍ଟଚୁ୍ୟଟ୍ ଅଫ୍ କମ୍ପାନୀ ସେକ୍ରେଟାରିଜ୍ ଅଫ୍ ଇଣ୍ଡିଆ କମ୍ପାନୀ ସେକ୍ରେଟାରୀମାନଙ୍କର ବୃତିକୁ ଅଧିକ ଉନ୍ନତ ତଥା ନିୟନ୍ତ୍ରଣ କରିବାର ଉଦେ୍ଧଶ୍ୟ ନେଇ ଗଠନ କରାଯାଇଥିଲା ।