ସୋରଡ଼ା ରେଂଟିଗାଁରେ ବିଜେପି ପ୍ରାର୍ଥୀଙ୍କ ଇଭିଏମ୍ ଭଙ୍ଗାରୁଜା

Apr 18, 2019 - 18:47
 144
ସୋରଡ଼ା ରେଂଟିଗାଁରେ ବିଜେପି ପ୍ରାର୍ଥୀଙ୍କ ଇଭିଏମ୍ ଭଙ୍ଗାରୁଜା
ଗଞ୍ଜାମ, ୧୮/୪(ସକାଳଖବର): ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନମଣ୍ଡଳୀରେ ଇଭିଏମ୍ ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ ହୋଇଛି । ସୋରଡ଼ା ରେଂଟିଗାଁର ବୁଥ୍ ନଂ ୧୮୨ ରେ ଆଜି ବିଜେପି ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀ ଇଭିଏମ୍ ଭାଙ୍ଗିଥିବା ଅଭିଯୋଗ ହୋଇଛି । ତେବେ ଘଟଣା ସମ୍ପର୍କରେ ଥାନାରେ ଏତଲା କରାଯିବ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯିବ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି ।