ଦାଦନ ଖଟିବାକୁ ଯାଇ ଉତ୍ତରପ୍ରଦେଶରେ ଯୁବକ ନିଖୋଜ

Aug 11, 2018 - 18:02
 154
ଅନୁଗୋଳ,୧୧/୮(ସକାଳଖବର) ନାଲକୋ ଥାନା ଅର୍ନ୍ତଗତ ବଳରାମପ୍ରସାଦ ଗ୍ରାମର ଲକ୍ଷ୍ମୀ ଗୋଚ୍ଛାୟତ (୩୦) ନାମକ ଜଣେ ଶ୍ରମିକ ଉତ୍ତରପ୍ରଦେଶକୁ ଦାଦନ ଖଟିବାକୁ ଯାଇ ନିଖୋଜ ହୋଇଯାଇଛନ୍ତି । ଲକ୍ଷ୍ମୀଙ୍କ ସ୍ତ୍ରୀ ଡ଼ଲି ଗୋଚ୍ଛାୟତ ଶୁକ୍ରବାର ଏ ନେଇ ନାଲକୋନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ସ୍ୱାମୀଙ୍କୁ ଖୋଜି ଅଣିବାକୁ ସେ ପୁଲିସ ପ୍ରଶାସନ ନିକଟରେ ନେହୁରା ହୋଇଛନ୍ତି । ଲକ୍ଷ୍ମୀଙ୍କ ପତ୍ନୀ ଡ଼ଲି ଅଭିଯୋଗ କରିଛନ୍ତି ଯେ, ଗ୍ରାମର ୨ ଜଣ ବ୍ୟକ୍ତି ଲକ୍ଷ୍ମୀଙ୍କୁ ଉତ୍ତରପ୍ରଦେଶରେ ଭଲ ରୋଜଗାର ଆଶା ଦେଖାଇ ଘରୁ ନେଇ ଯାଇଥିଲେ । ସେଠାରେ ପରିଶ୍ରମ କଲେ ଅଧିକ ପଇସା ମିଳିବ ବୋଲି ପ୍ରଲୋଭନରେ ପଡ଼ି ତାଙ୍କ ସ୍ୱାମୀ ସେମାନଙ୍କ ସହ ଘର ଛାଡ଼ିଥିଲେ । ହେଲେ ଯେଉଁମାନଙ୍କ ସହ ଲକ୍ଷ୍ମୀ ଯାଇଥିଲେ ସେ ଦୁହେଁ ଘରକୁ ଫେରି ଆସିଥିବାବେଳେ ଲକ୍ଷ୍ମୀଙ୍କର ଏ ପର୍ଯ୍ୟନ୍ତ କୌଣସି ଖୋଜ୍ଖବର ନାହିଁ । ଲକ୍ଷ୍ମୀଙ୍କ ସ୍ତ୍ରୀ ଡ଼ଲି ଏ ସଂପର୍କରେ ସମ୍ପୃକ୍ତ ୨ ଜଣ ବ୍ୟକ୍ତିଙ୍କୁ ପଚାରିବାରୁ ତୁମ ସ୍ୱାମୀ କେଉଁଠି ନିଖୋଜ ହୋଇଯାଇଛନ୍ତି ବୋଲି ବେପରୱାଭାବେ ପ୍ରକାଶ କରିଥିଲେ ।