ପରଲୋକରେ ବରିଷ୍ଠ ଅଭିନେତା ଦେବୁ ବୋଷ

Aug 23, 2018 - 18:59
 229
ପରଲୋକରେ ବରିଷ୍ଠ ଅଭିନେତା ଦେବୁ ବୋଷ
ଭୁବନେଶ୍ୱର,୨୩/୮ (ସକାଳଖବର): ଓଡ଼ିଆ ଚଳଚ୍ଚିିତ୍ର ଜଗତର ବରିଷ୍ଠ ଅଭିନେତା ଦେବୁ ବୋଷଙ୍କ ଗତକାଲି ବିଳମ୍ବିତ ରାତିରେ ହାଇଦ୍ରାବାଦ ଠାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ଗତ ୪ ମାସ ଧରି ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ପୂର୍ବରୁ ୨ ଥର ହୃଦ ଘାତର ଶୀକାର ହୋଇଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିପବାରୁ ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ପିସିସି ସଭାପତି ନିରଂଜନ ପଟ୍ଟନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହି ପ୍ରବୀଣ ଅଭିନେତାଙ୍କ ପରଲୋକରେ ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି । ଦେବୁବୋଷ ୧୯୪୧ ମସିହା ଡିସେମ୍ବର ମାସ ୨ ତାରିଖର ଜନ୍ମ ଗ୍ରହଣ କରିଥିଲେ । ୧୯୮୦ ଦଶକର ଚଳଚ୍ଚିତ୍ର "ତପସ୍ୟା'ରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିବା ସ୍ୱର୍ଗତ ବୋଷ ଶତାଧିକ ଓଡ଼ିଆ ଚଳଚ୍ଚିିତ୍ରରେ ନିଜର ନିଖୁଣ ଅଭିନୟ ପାଇଁ ଓଡିଶାବାସୀଙ୍କ ନିକଟରେ ସବୁ ଦିନ ମନେ ରହିବେ । କାବେରୀ, ସୁନା ଚଢେଇ, ଚକାଭଉଁରି, ସହରୀ ବାଘ, କି ହେବ ଶୁଆ ପୋଷିଲେ, ଓ "ପୁଅ ମୋର କଳା ଠାକୁର' ଭଳି ଶତାଧିକ ସଫଳ ଓଡ଼ିଆ ଚଳଚିତ୍ରରେ ତାଙ୍କର ଅଭିନୟର ପ୍ରତିଭା ଦେଖିବାକୁ ମିଳିଥିଲା । ବିଶେଷ କରି ବାପା ଚରିତ୍ର ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇ ପାରିଥିଲା । ୨୦୧୪ରେ ରିଲିଜ୍ ହୋଇଥିବା ଓଡ଼ିଆ ଫିଲ୍ମ "ରାସ୍ତା' ହେଉଛି ତାଙ୍କ ଶେଷ ଚଳଚ୍ଚିତ୍ର । ଅଭିନୟ ବ୍ୟତୀତ ସେ ନୃତ୍ୟ କ୍ଷେତ୍ରରେ ମଧ୍ୟ ନିପୂଣ ଥିଲେ । ଓଡିଶାୀ ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ସେ ନୃତ୍ୟ ଶିକ୍ଷାଗ୍ରହଣ କରିଥିଲେ । ସେ "ମନଅ ।କାଶ' ଫିଲ୍ମରେ ନୃତ୍ୟ ନିଦେ୍ର୍ଧଶନା ମଧ୍ୟ ଦେଇଥିଲେ । ଚଳଚ୍ଚିତ୍ର ବ୍ୟତୀତ "ଦିଗନ୍ତ' ନାମକ ନାଟ୍ୟ ଅନୁଷ୍ଠାନ ସହିତ ଜଡ଼ିତ ରହି ବହୁ ନାଟକରେ ଅଭିନେତା ଓ ନିଦେ୍ର୍ଧଶକ ମଧ୍ୟ ସାଜିଥିଲେ । ସେ ଟେଲିଭିଜନ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି । "ସାରା ଆକାଶ' ଧାରାବାହିକରେ ଅଭିନୟ କରିଥିଲେ । ବିଭିନ୍ନ ଭଜନ ଆଲବମ୍ ରେ ମଧ୍ୟ ତାଙ୍କ ଅଭିନୟ ଦେଖିବାକୁ ମିଳିଥିଲା ।