ଗୁଣିଗାରେଡ଼ି ସନେ୍ଦହରେ ଯୁବକଙ୍କୁ ହତ୍ୟା

Aug 23, 2018 - 18:50
 125
ଗଞ୍ଜାମ,୨୩/୮ (ସକାଳଖବର): ଗୁଣିଗାରେଡ଼ି ସନେ୍ଦହରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି । ଗତକାଲି ସନ୍ଧ୍ୟାରେ ଜିଲ୍ଲାର ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ନୂଆସାହିରେ ଏହି ହତ୍ୟାକାଣ୍ଡ ଘଟିଛି । ନୂଆସାହିର ସୁଦର୍ଶନ ସ୍ୱାଇଁ (୩୫)ଙ୍କୁ ତାଙ୍କ ଦାଦା ପୁଅ ଭାଇ କାହ୍ନା ହତ୍ୟା କରିଛି । ସୁଦର୍ଶନ ଗତକାଲି ସଂନ୍ଧ୍ୟାରେ ଘର ପାଖ କୂଅ ନିକଟରେ ଗାଧୋଉଥିବା ବେଳେ କାହ୍ନା ପଛପଟୁ ଏକ ଭୁଜାଲି ସାହାଯ୍ୟରେ ଆକ୍ରମଣ କରିଥିଲା । ଫଳରେ ସେ ଗୁରୁତର ହୋଇପଡିଥିଲେ । ଚିକିତ୍ସା ନିମନ୍ତେ ତାଙ୍କୁ ପ୍ରଥମେ ବାଲିପଦର ମେଡିକାଲରେ ଭର୍ତି କରାଯାଇଥିଲା । ପରେ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ଆସିକା ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ସକାଳେ ଆସିକା ଡାକ୍ତରଖାନରେ ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଅଭିଯୁକ୍ତ କାହ୍ନା ଫେରାର୍ ଅଛି । ଏ ସଂକ୍ରାନ୍ତରେ ବୁଗୁଡ଼ା ଥାନା ପୋଲିସ ୧୯୩/୧୮ରେ ଏକ ମୋକଦ୍ଧମା ରୁଜୁ କରି ତଦନ୍ତ ଚଳାଇଛି । ଖୁବ୍ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ବୁଗୁଡ଼ା ଥାନା ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।