ତିତଲି କ୍ଷୟକ୍ଷତି : ୧୦୦୦ କୋଟିର ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପତ୍ର

Oct 19, 2018 - 15:07
 182
ତିତଲି କ୍ଷୟକ୍ଷତି : ୧୦୦୦ କୋଟିର ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପତ୍ର
ଭୁବନେଶ୍ୱର,୧୯/୧୦ (ସକାଳଖବର):କ୍ଷୟକ୍ଷତି ଆକଳନ କରିବା ପରେ ୧୦୦୦ କୋଟି ଟଙ୍କାର ମଧ୍ୟବର୍ତ୍ତୀକାଳୀନ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଛନ୍ତି । ରିଲିଫ୍‌ ଓ ପୁନଃଥଇଥାନ ପାଇଁ ଜାତୀୟ ଦୁର୍ବିପାକ ପାଣ୍ଠିରୁ ଏହି ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ସାମୁଦ୍ରିକ ବାତ୍ୟା ତିତଲି ପ୍ରଭାବରେ ଓଡିଶାରେ ହୋଇଥିବା ବର୍ଷା ଓ ବନ୍ୟାରେ ମୋଟ ୨୭୭୦.୨୮ କୋଟି ଟଙ୍କାର କ୍ଷତି ଆକଳନ ହୋଇଛି । ଏଥିରେ ମୋଟ ୫୭ ଜଣ ପ୍ରାଣ ହରାଇଛନ୍ତି । ୧୦ଜଣ ଏବେ ମଧ୍ୟ ନିଖୋଜ ଅଛନ୍ତି ।୬୦.୧୧ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ସେହିପରି ବାତ୍ୟାରେ ଭାଙ୍ଗି ଯାଇଥିବା ୫୭ ହଜାର ୧୩୧ ଘର ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଅନୁଦାନ ଦାବି କରିଛନ୍ତି । ଏହି କ୍ଷତିଗ୍ରସ୍ତ ଘରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ନେଇ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି।