ହାଜର ହେଲେ ଜୋରିମାନା ଖିଲାପକାରୀ ୯ ଖଣି ଲିଜଧାରୀ

Nov 25, 2018 - 06:15
 162
ହାଜର ହେଲେ ଜୋରିମାନା ଖିଲାପକାରୀ ୯  ଖଣି ଲିଜଧାରୀ
କେନ୍ଦୁଝର, ୨୪/୧୧ (ସକାଳଖବର): ବହୁ ଚର୍ଚ୍ଚିତ ଖଣି ମହାଦୁର୍ନିତିର ପର୍ଦ୍ଧାଫାଶ ପରେ ବେଆଇନ ଖଣି କାର୍ଯ୍ୟକଳାପରେ ଲିପ୍ତ ଥିବା କେନ୍ଦୁଝର ଜିଲ୍ଲାର ଖଣି ଲିଜଧାରୀ ଙ୍କ ଉପରେ ସୁପ୍ରିମ କୋର୍ଟଙ୍କ ନିଦେ୍ର୍ଧଶ ରେ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ଜୋରିମାନା ଅର୍ଥ ପୈଠ କରି ନଥିବା ଲିଜଧାରୀଙ୍କ ସଂପତି କାହିଁକି ବାଜ୍ୟାପ୍ତି ହେବନାହିଁ ବୋଲି ଜିଲ୍ଲାପାଳଙ୍କ କୋର୍ଟରେ କେଶ ଦରଜ ହୋଇ ଶୁଣାଣି ଚିଲିଥିବା ବେଳେ ଶନିବାର ଦିନ ୯ ଜଣ ଲିଜଧାରୀ ଉପସ୍ଥିତ ହୋଇଥିଲେ । ଜିଲ୍ଲାପାଳଙ୍କ କୋର୍ଟରେ ଶନିବାର ଦିନ ହାଜର ହେବାକୁ ୧୩ଜଣ ଜୋରିମାନା ଖିଲାପକାରୀଙ୍କୁ ନୋଟିସ ହୋଇଥିଲା । ସୁପ୍ରିମ କୋର୍ଟଙ୍କ ନିଦେ୍ର୍ଧଶନୁଶାରେ ଜୋରିମାନ ଅର୍ଥ ପୈଠ କରି ନଥିବା ୩୧ଟି ଖଣିର ୨୩ ଲିଜଧାରୀଙ୍କ ଉପରେ ୬୩୫୦ କୋଟି ଟଙ୍କାର ଜୋରିମାନା ଆଦାୟ ଆଦାୟ ପାଇିଁ ନୋଟିସ ଜାରି ହୋଇଥିଲା । ଶନିବାର ଦିନ ୮ଜଣ ଲିଜଧାରୀ ଜିଲ୍ଲାପାଳଙ୍କ କୋର୍ଟରେ ସେମାନଙ୍କ ଜବାବ ରଖିଛନ୍ତି । ଅନ୍ୟତମ ଖଣି ଲିଜଧାରୀ ଏସ୍.ଡି.ଶର୍ମା ତାଙ୍କ ଉପରେ ଧାର୍ଯ୍ୟ ୩କୋଟି ୭ ଲକ୍ଷ ୮୪ ହଜାର ୨୯୯ ଟଙ୍କା ଜୋରିମାନା ଅର୍ଥ ମଧ୍ୟରୁ ୧୦ ଲକ୍ଷ ଟଙ୍କା ଦାଖଲ କରିଥିଲେ । ତେବେ ଲିଜଧାରୀ ସରୋଜିନୀ ପ୍ରଧାନ, ବାସୁଦେବ ଅଗ୍ରଓ୍ୟାଲ , ଟି.ବ. ଲାଲ ପ୍ରମୁଖ ଙ୍କର ଉତରାଧିକାରୀ ଚିହ୍ନଟ ହୋଇ ନଥିବା କାରଣରୁ ସେମାନଙ୍କୁ ପୁଣିଥରେ ନୋଟିସ ହେବ । ଆଗାମୀ ଡିସେମ୍ବର ୨୨ ଓ ୨୯ ତାରିଖ ସହ ଜାନୁୟାରୀ ୫ ତାରିଖକୁ ପରବର୍ତ ଶୁଣାଣି ପାଇିଁ ତାରିଖ ଧାର୍ଯ୍ୟ ହୋଇଛି ।