ନାଲକୋ ଘରୋଇକରଣ ବିରୋଧରେ ଶ୍ରମିକଙ୍କ ବିକ୍ଷୋଭ

Oct 17, 2018 - 05:55
 183
ଅନୁଗୋଳ, ୧୬/୧୦ (ସକାଳଖବର): ନାଲକୋ ସ୍ମେଲଟର ପ୍ଲାଣ୍ଟର ପଞ୍ଜୀକୃତ ଶ୍ରମିକ ସଂଗଠନ ନେସ ପକ୍ଷରୁ କେନ୍ଦ୍ର ସରକାରଙ୍କ ନାଲକୋ ଘରୋଇକରଣ ନୀତିକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅପରାହ୍ନ ୪ଟାରେ ପ୍ଲାଣ୍ଟ ଫାଟକ ନିକଟରେ ଏକ ବୈଂକ ଅନୁଷ୍ଠିତ ହୋଇଥିଲା । ଏଥିରେ ୨୦୧୪ ମସିହାରୁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ନାଲକୋ ଉପରେ ପଡ଼ିବା ଓ ,ହି ୪ବର୍ଷ ମଧ୍ୟରେ ନାଲକୋରୁ ପ୍ରାୟ ୨୭.୯୫ ପ୍ରତିଶତ ଅଂଶ ଧନ ଘରୋଇକରଣ ହେବା ଦୁର୍ଭାଗ୍ୟ ଜନକ ବୋଲି ମତପ୍ରକାଶ ପାଇଥିଲଶ । ସରକାରଙ୍କ ପ୍ରସ୍ତାବିତ ବାଏ ବ୍ୟାକ କୁ ଅନୁମୋଦନ କରି ନାଲକୋ ରେ ଥିବା ସରକାରୀ ଅଂଶଧନରୁ ୩.୪ ପ୍ରତିଶତ ବିକ୍ରି କରାଯିବା ଦ୍ୱାରା କର୍ମଚାରୀ ମହଲରେ ନୈରାଶ୍ୟ ଖେଳିଯାଇଛି । କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ବୈମାତୃକ ମନୋଭାବର ଏହା ଏକ ଜ୍ଜଳନ୍ତ ଉଦାହରଣ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ଉକ୍ତ ବୈଠକରେ ସଂଘର ସଭାପତି ଦିଲିପ ମିଶ୍ର କେନ୍ଦ୍ର ସରକାରଙ୍କ ଘରୋଇକରଣ ନୀତିକୁ ସମାଲୋଚନା କରିବା ସହ କର୍ମଚାରୀଙ୍କୁ ଏକଜୁଟ କରି ସଂଗ୍ରାମ ଜାରି ରଖିବା ପାଇଁ ଆହ୍ୱାନ କରିଥିଲେ । କେନ୍ଦ୍ରୀୟ ଆଇଏନଟିୟୁସିର ସମ୍ପାଦକ ତଥା ନେସ୍ ସାଧାରଣ ସଂମ୍ପାଦକ ନିର୍ମଳ ସାମଲ କହିଥିଲେ ଯେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ପ୍ରଚଳିତ ଶ୍ରମନୀତି ବିରୋଧରେ ଆଇଏନଟିୟୁସି ଦେଶବ୍ୟାପୀ ସଂଗ୍ରାମ ଜାରି ରଖିଛି । ନାଲକୋ ପରୀପ୍ରେକ୍ଷୀରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତ ଦେଇଥିଲେ । ନାଲକୋ ଏକ ଲାଭପ୍ରଦ କମ୍ପାନୀ ହୋଇଥିବା ସତ୍ୱେ ଏହାର ଘରୋଇକରଣ ପାଇଁ ମସୁଧା କରାଯାଉଥିବାରୁ ଶ୍ରୀ ସାମଲ କ୍ଷୋଭ ପ୍ରକାଶ କରିଥିଲେ । ଶତାଧିକ ଶ୍ରମିକ ଏହି ବୈଠକରେ ସାମିଲ ହୋଇ ସରକାରଙ୍କ ଶ୍ରମିକ ବିରୋଧୀ ନୀତିକୁ ବିରୋଧ କରିଥିଲେ । ନେସ ସଂଙ୍ଗଠନର ମୂରଲୀଧର ପଣ୍ଡ଼ା, ମନୋଜ ସ୍ୱାଇଁ, ପ୍ରଫୁଲ ସାହୁ, ବିଜନ ଦଳବେହେରା, ମଳୟ ସ୍ୱାଇଁ, ଅଶ୍ୱୀନୀ ସାମଲ, ଭାସ୍କର ଚନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।