ପୁଣି ସୁନ୍ଦରୀ ଭୟ

Oct 20, 2018 - 20:23
 203
ପୁଣି ସୁନ୍ଦରୀ ଭୟ
ଅନୁଗୋଳ, ୨୦/୧୦ (ସକାଳଖବର): ସାତକୋଶିଆ ଅଞ୍ଚଳରେ ପୁଣି ବାଘୁଣୀ ସୁନ୍ଦରୀ ଭୟ ଏବେ ଲୋକଙ୍କୁ ହତଚକିତ କରିଛି । କିଛି ଦିନ ବ୍ୟବଧାନ ପରେ ପୁଣି ବେଳେବେଳେ ବାଘୁଣୀ ଗାଁ ମୁଁହା ହେଉଥିବାବେଳେ ଆଜି ରାସ୍ତାରେ ଯାଉଥିବା ଜଣେ ଯୁବକ ଉପରକୁ ଝାମ୍ପ ମାରିବା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ, ସାତକୋଶିଆ ଅଞ୍ଚଳ ହିଞ୍ଜାଡେ଼ାଲି ଗାଁର ସଞ୍ଜୟ ପ୍ରଧାନ ତାଙ୍କ ବାଇକ ଯୋଗେ ମାମୁଁ ଘର ହାତୀବାରୀ ଗାଁକୁ ଆଜି ସକାଳେ ଯାଉଥିଲେ । ତେବେ ତରଭା ନିକଟ ବଡ଼ିଆନାଳ ପାଖରେ ସଞ୍ଜୟଙ୍କ ଉପରକୁ ବାଘୁଣୀ ସୁନ୍ଦରୀ ଝାମ୍ପ ମାରିବାକୁ ଉଦ୍ୟମ କରିଥିଲା । ହେଲେ ଦୃତଗତିରେ ବାଇକ ଚଳାଇ ଯୁବକ ସଞ୍ଜୟ ଅଳ୍ପକେ ବାଘୁଣୀ ମୁହଁରୁ ରକ୍ଷା ପାଇଯାଇଥିôବା ଖବରରୁ ଜଣାଯାଇଛି । ସଞ୍ଜୟ ଆଉ ହାତୀବାରୀ ମାମୁଁ ଘରକୁ ନଯାଇ ପୁରୁଣାକୋଟରେ ରହିଥିଲେ । ଏ ଘଟଣା ସମ୍ପର୍କରେ ଜଣାଯାଇବାପରେ ସ୍ଥାନୀୟ ଅଞ୍ଚଳରେ ଆଉ ଟିକେ କୋକୁଆ ଭୟ ଖେଳିଯାଇଛି । ବନ ବିଭାଗର ଖାମଖିଆଲୀ ନୀତି ଯୋଗୁ ଏଭଳି ବାରମ୍ବାର ଘଟଣା ଘଟି ଚାଲିଛି । ବନ ବିଭାଗ ଅଧିକାରୀମାନେ ବାଘୁଣୀର ଗତିବିଧିକୁ ତୀକ୍ଷ୍ମ ନଜର ରଖାଯାଇଥିବା କହୁଥିଲେ ମଧ୍ୟ ବାସ୍ତବ ଚିତ୍ର କିନ୍ତୁ ଓଲଟା । ଘଟଣା ଘଟି ସାରିଲା ପରେ ବନ ବିଭଗା ପହଞ୍ଚô ରେଡ଼ିଓକୋଲାର ଧରି ଲୋକ ଦେଖାଣିଆ ଭାବେ କାମ ତୁଲାଉଛନ୍ତି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।