ମହାନଦୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ବିଜୟଙ୍କ ଆକ୍ଷେପ

May 27, 2018 - 14:50
 175
ମହାନଦୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ବିଜୟଙ୍କ ଆକ୍ଷେପ
ଭୁବନେଶ୍ୱର, ୨୬/୫(ସକାଳଖବର): ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଭାରେ ଅନୁପସ୍ଥିତ ଥିବା ଦଳର ଅନ୍ୟତମ ବରିଷ୍ଠ ନେତା ବିଜୟ ମହାପାତ୍ର ଆଜି ପ୍ରଧାନମନ୍ତ୍ରୀଙ୍କ ପ୍ରତି ଆକ୍ଷେପ କରିଛନ୍ତି । ନିଜର ଚିରାଚରିତ ଭିନ୍ନମତ ରଖି ମହାପାତ୍ର ମହିଛନ୍ତି ଯେ, ମହାନଦୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ନିକଟରୁ ଓଡ଼ିଶାବାସୀ ଯାହା ଆଶା କରୁଥିଲେ ତାହା ମିଳିପାରି ନାହିଁ । ମହାନଦୀ ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କୁ ଦୋଷ ଦେଇ ଏହି ନଦୀ ଜଳ ଚାଷୀ ଓ ଚାଷକୁ ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି ବୋଲି ଗତକାଲି ପ୍ରଧାନମନ୍ତ୍ରୀ କହିଥିଲେ । ତେବେ ବିଜୟଙ୍କ ଆଜିର ମନ୍ତବ୍ୟ ନିଜ ଦଳ ପାଇଁ ଅଡ଼ୁଆ ପରିସ୍ଥତି ସୃଷ୍ଟି କରିଛି । ଏଠାରେ ଉଲ୍ଲେଖନୀୟ ଯେ, ବିଜୟ ଏବେ ଦଳରେ କୋଣଠେସା ଅବସ୍ଥାରେ ରହିଛନ୍ତି । ବିଜେପିର ଦଳୀୟ କାର୍ଯ୍ୟାଳୟ ବା କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁନାହିଁ ।