ଢେଙ୍କାନାଳ ଆରଟିଓ ପତ୍ନୀଙ୍କୁ ମିଳିଲା ଆଗୁଆ ଜାମିନ

Aug 27, 2018 - 19:22
 209
ଢେଙ୍କାନାଳ ଆରଟିଓ ପତ୍ନୀଙ୍କୁ ମିଳିଲା ଆଗୁଆ ଜାମିନ
କଟକ,୨୭ା୮(ସକାଳଖବର): ଢେଙ୍କାନାଳ ଆଞ୍ଚଳିକ ପରିବହନ ଅଧିକାରୀ(ଆର୍ଟିଓ) ବସନ୍ତ କୁମାର ବେହେରାଙ୍କ ପତ୍ନୀ ଡାକ୍ତର ଆରତୀ ମଲ୍ଲିକଙ୍କୁ ହାଇକୋର୍ଟ ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ସର୍ତ୍ତମୂଳକ ଆଗୁଆ ଜାମିନ ମଞ୍ଜୁର କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଗୋପାଳକୃଷ୍ଣ ମହାନ୍ତି, ଭିଜିଲାନ୍ସ ପକ୍ଷରୁ ଷ୍ଟାଣ୍ଡିଂ କାଉନସେଲ ନିରଞ୍ଜନ ମହାରଣା ମାମଲା ପରିଚାଳନା କରୁଥିଲେ । ସୂଚନାଯୋଗ୍ୟ ଆୟ ଠାରୁ ଅଧିକା ସଂପତ୍ତି କରିଥିବା ଆରଟିଓଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଜୁଲାଇ ମାସ ୫ତାରିଖରେ ଚଢାଉ କରିଥିଲା । ଭିଜିଲାନ୍ସର ଏହି ଚଢାଉ ଫଳରେ ୩ କୋଟି ୮୫ ଲକ୍ଷ ୭୫ ହଜାର ୩୨୬ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଥିଲା ।