ମିଲି ପଣ୍ଡା ମାମଲାର ଶୁଣାଣି ଶେଷ

Apr 26, 2018 - 19:08
 199
କଟକ,୨୬ା୪: ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କ ପତ୍ନୀ ମିଲି ପଣ୍ଡା ଓରଫ୍ ଶୁଭଶ୍ରୀ ଦାସଙ୍କ ଜାମିନ ବିହୀନ ଗିରଫ୍ ପରୱାନା ମାମଲା ଉପରେ ଜଷ୍ଟିସ୍ ଜେ.ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି । ଏଠାରେ ସୂଚନାଯୋଗ୍ୟ ଏହି ମାମଲାରେ କେସ ଡାଏରୀ ଦାଖଲ ସହ ଖଲାସ ହୋଇଥିବା ଅଭିଯୁକ୍ତ ଓ ମିଲିଙ୍କ ମଧ୍ୟରେ କଣ ସାମଞ୍ଜସ୍ୟ ରହିଛି ସେ ସଂପର୍କରେ ଜଣାଇବା ପାଇଁ ପୂର୍ବରୁ କୋର୍ଟ ସରକାରଙ୍କୁ ନିଦେ୍ର୍ଧଶ ଦେଇଥିଲେ । ମାମଲାର ବିବରଣୀରୁ ପ୍ରକାଶ ଯେ ନିମ୍ନ ଅଦାଲତରୁ ହୋଇଥିବା ଏନବିଡବ୍ଲ୍ୟକୁ ବିରୋଧ କରିବା ସହ ବିଚାର ପ୍ରକ୍ରିୟାକୁ ରଦ୍ଧ ପାଇଁ ଆବେଦନକାରିଣୀ ପ୍ରାର୍ଥନା କରି ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମାନସ ଚାନ୍ଦ ମାମଲା ପରିଚାଳନା କରୁଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ୨୦୧୩ ମସିହାରେ ସୋରଡା ପୁଲିସ୍ ଓ ସିଆରପିଏଫ୍ ଜବାନ କେ ଅନୀତାଙ୍କ ସମେତ ୨ ଜଣ ସନ୍ଧିଗ୍ଧ ବ୍ୟକ୍ତିଙ୍କ ବ୍ୟାଗରୁ ବିସ୍ପୋରକ ସହିତ ଖାଦ୍ୟଦ୍ରବ୍ୟ, ମାଓ ଲିଫଲେକ୍ଟ ଓ ମେଡିସିନ୍ ଜବତ କରିଥିଲେ । ଏହି ଜିନିଷ ସବୁ ଶ୍ରୀମତୀ ପଣ୍ଡା ସବ୍ୟସାଚୀଙ୍କ ନିକଟକୁ ପଠାଉଥିଲେ ବୋଲି ଅଭିଯୁକ୍ତମାନେ ପୁଲିସକୁ କହିଥିଲେ । ମାମଲାର ତଦନ୍ତକରି ଶ୍ରୀମତୀ ପଣ୍ଡାଙ୍କ ବିରୋଧରେ ପୁଲିସ୍ ·ର୍ଜସିଟ୍ ମଧ୍ୟ ଦାଖଲ କରିଥିଲା ଓ ଅଦାଲତରୁ ଜାମିନ ବିହୀନ ଗିରଫ୍ ପରୱାନା ମଧ୍ୟ ଜାରି କରାଯାଇଥିଲା । ତେବେ ଏହି ମାମଲାରେ ମିଲିଙ୍କୁ ହାଇକୋର୍ଟ ଆଗୁଆ ଜାମିନ ପ୍ରଦାନ କରିଥିବାବେଳେ ସୋରଡା ଜେଏମଏଫ୍ସିଙ୍କ ଅଦାଲତରେ ହାଜର ହୋଇ ୨ ଜଣ ଜାମିନଦାରଙ୍କ ବଦଳରେ ଜାମିନରେ ଯିବେ । ଏଥି ସହିତ ତଦନ୍ତରେ ସହଯୋଗ କରିବେ ଓ ସମାନ ଧରଣର କୌଣସି ଅପରାଧିକ ମାମଲାରେ ଜଡିତ ହେବେ ନାହିଁ ବୋଲି ସର୍ତ୍ତ ରଖାଯାଇଥିଲା । ଏଥିସହ ଜାମିନ ବିହୀନ ଗିରଫ୍ ପରୱାନା ଘଟଣାରେ ହାଇକୋର୍ଟ ମଧ୍ୟ ରହିତାଦେଶ ଜାରି କରିଛନ୍ତି ।