ଓମ ଓ ଦୀପୁ ହତ୍ୟା ମାମଲାରେ ସାକ୍ଷ୍ୟ ଗ୍ରହଣ

Aug 27, 2018 - 19:23
 188
ଓମ ଓ ଦୀପୁ ହତ୍ୟା ମାମଲାରେ ସାକ୍ଷ୍ୟ ଗ୍ରହଣ
କଟକ,୨୭ା୮(ସକାଳଖବର): ଦୀପୁ ଓ ଓରଫ୍ ମନୋଜ ମଲ୍ଲିକ ଓ ଓମ ପ୍ରକାଶ ସ୍ୱାଇଁ ଓରଫ ଓମ ହତ୍ୟାକାଣ୍ଡ ମାମଲାରେ ଜିଲା ଓ ଦୌରାଜଜ ସତ୍ୟନାରାୟଣ ମିଶ୍ରଙ୍କ ଇଜିଲାସରେ ସାକ୍ଷ୍ୟ ଗ୍ରହଣ ହୋଇଛି । ଫାର୍ମ ହାଉସ ସୁପରଭାଇଜର ମାନସ ନାୟକ ଏହି ମାମଲାରେ ପ୍ରତ୍ୟକ୍ଷଦର୍ଶୀ ଥିବାବେଳେ ସେ ଆଜି ସାକ୍ଷ୍ୟ ପ୍ରଦାନ କରି ଘଟଣାବଳୀ ସଂପର୍କରେ କିଛି ଜାଣିନଥିବା ଦର୍ଶାଇଥିଲେ । ତେବେ ପୁଲିସ ମାନସକୁ ଏହି ମାମଲାରେ ପ୍ରତ୍ୟକ୍ଷଦର୍ଶୀ ଭାବେ ଗ୍ରହଣ କରି ୨୦୧୬, ଫେବୃୟାରୀ ମାସ ୧୧ତାରିଖରେ ସିଆରପିସି ୧୬୪ରେ ବୟାନ ରେକର୍ଡ କରିଥିଲା । ସେହି ସମୟରେ ମାନସ ଯାହାସବୁ ଦର୍ଶାଇଥିଲା; ଆଜି କୋର୍ଟରେ ସମସ୍ତ ଘଟଣାକୁ ଅସ୍ୱିକାର କରିଥିଲେ । ୨୦୧୩ ମସିହା ନଭେମ୍ବର ୧୨ ତାରିଖରେ ଚାଉଳିଆଗଞ୍ଜ ଅଞ୍ଚଳର ଦୀପୁ ଏବଂ କଲ୍ୟାଣୀନଗରର ଓମ୍ଙ୍କୁ କଟକରୁ ଅପହରଣ କରାଯିବା ପରେ ସେମାନଙ୍କୁ ଆଠଗଡରେ ଥିବା ଏକ ଫାର୍ମ ହାଉସକୁ ନିଆଯାଇଥିଲା । ସେଠାରେ ଉଭୟଙ୍କୁ ପିଟିପିଟି ହତ୍ୟା କରାଯିବା ପରେ ସେମାନଙ୍କ ମୃତଦେହ ଝାଡଖଣ୍ଡରେ ପୋଡି ଦିଆଯାଇଥିଲା ।