ଚିଟଫଣ୍ଡ କମିସନଙ୍କ ଆହୁରି ୬ମାସ କାର୍ଯ୍ୟକାଳ ବୃଦ୍ଧି

Jul 31, 2018 - 19:48
 191
ଚିଟଫଣ୍ଡ କମିସନଙ୍କ ଆହୁରି ୬ମାସ କାର୍ଯ୍ୟକାଳ ବୃଦ୍ଧି କଟକ,୩୧ା୭(ସକାଳଖବର): ରାଜ୍ୟରେ ଚିଟ୍ଫଣ୍ଡ ଠକେଇ ଘଟଣାର ତଦନ୍ତ ପାଇଁ ଗଠିତ କମିସନ ଜଷ୍ଟିସ ମଦନ ମୋହନ ଦାସଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଛି । ରାଜ୍ୟ ସରକାର କମିସନଙ୍କ କାର୍ଯ୍ୟକାଳ ଆହୁରି ୬ମାସ ବୃଦ୍ଧି କରିଛନ୍ତି । ଏ ନେଇ ଆଜି ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ କମିସନଙ୍କ କାର୍ଯ୍ୟକାଳ ଆସନ୍ତା ଅଗଷ୍ଟ ମାସ ୪ତାରିଖରେ ପୂରିବା ପାଇଁ ଯାଉଥିବାବେଳେ ଆସନ୍ତା ୫ତାରିଖରୁ ଆହୁରି ୬ମାସ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିବା ନେଇ ବିଜ୍ଞପ୍ତିରେ କୁହାଯାଇଛି । ଏଠାରେ ସୂଚନାଯୋଗ୍ୟ ଗତ ୧୩ତାରିଖରେ କମିସନଙ୍କ ପକ୍ଷରୁ ଚିହ୍ନଟ ହୋଇଥିବା କ୍ଷୁଦ୍ର ଜମାକାରୀଙ୍କ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ପଞ୍ଚମ ପର୍ଯ୍ୟାୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ ।