ଗୁଡ଼ଭେଲ୍ଲା ବ୍ଲକ ଦୁର୍ନୀତି ମାମଲ

Jul 31, 2018 - 20:24
 217
ଗୁଡ଼ଭେଲ୍ଲା ବ୍ଲକ ଦୁର୍ନୀତି ମାମଲ
କଟକ, ୩୧ା୭(ସକାଳଖବର): ବଲାଙ୍ଗୀର ଜିଲା ଗୁଡ଼ଭେଲ୍ଲା ବ୍ଲକରେ ବ୍ୟାପକ ଅର୍ଥ ତୋଷାରପାତ ଅଭିଯୋଗ ନେଇ ରୁଜୁ ମାମଲାରେ ହାଇକୋର୍ଟ ଜଷ୍ଟିସ ଚତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ୧୫ଦିନ ମଧ୍ୟରେ ସ୍ୱତନ୍ତ୍ର ଅଡ଼ିଟ କରିବା ପାଇଁ ଜିଲାପାଳଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ନିରଞ୍ଜନ ହୋତା ମାମଲା ପରିଚାଳନା କରୁଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ଗୁଡ଼ଭେଲ୍ଲା ବ୍ଲକରେ ବିନା ଟେଣ୍ଡରରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଇ କୋଟିକୋଟି ଟଙ୍କା ଅତ୍ମସାତ କରାଯାଇଥିବା ଅଭିଯୋଗ ନେଇ ବ୍ଲକ ଅଧ୍ୟକ୍ଷ ଅଶୋକ ଦୋରା ହାଇକୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି ।