ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମହାତ୍ମା ଗାନ୍ଧିଙ୍କ ଶ୍ରାଦ୍ଧ ଦିବସ ପାଳିତ

Jan 31, 2019 - 16:35
 218
ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ   ମହାତ୍ମା ଗାନ୍ଧିଙ୍କ ଶ୍ରାଦ୍ଧ ଦିବସ ପାଳିତ
ଅନୁଗୋଳ ୩୦ା୧( ସକାଳଖବର): ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ କଂଗ୍ରେସ ଭବନଠାରେ ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ଶ୍ରାଦ୍ଧ ଦିବସ ସକାଳ ଦଶ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଉପସ୍ଥିତ ସମସ୍ତ କଂଗ୍ରେସ ନେତୃମଣ୍ଡଳି ମହାତ୍ମା ଗାନ୍ଧିଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ କରିବା ସହ ବାପୁଙ୍କ ଅତି ପ୍ରିୟ ରାମଧୂନ ଗାନ କରିଥିଲେ । ପରେ ପରେ ନଗର କଂଗ୍ରେସ କମିଟିର ସଭାପତି ଦିଲ୍ଲିପ କୁମାର ଦାସଙ୍କ ସଭାପତିତ୍ୱରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସ୍ମୃତି ସଭାରେ ବାପୁଙ୍କ ଆଦର୍ଶ ଓ ଗୁଣାବଳିକୁ ଆଲୋଚନା କରିବା ସହ ଅହିଁସା ନିତି ସାରା ବିଶ୍ୱକୁ ଏକ ନୂତନ ଦିଶା ଦେବାରେ ସହାୟକ ହୋଇଛି । ତାଙ୍କର ଆଦର୍ଶ ଦେଶକୁ ଏକ ନ୍ୟାୟପୂର୍ଣ୍ଣ ସମାଜ ଗଠନ ସହ ସ୍ୱତ୍ସତା ଆଡକୁ ଆଗେଇ ନେବାରେ ପଥ ପ୍ରଦର୍ଶକ ହୋଇ ରହିଆସିଛି ଓ ତାଙ୍କରି ଗୁଣାବଳୀକୁ ଆଜିବି ଦେଶ ସମ୍ମାନର ସହ ଗ୍ରହଣ କରିବାକୁ ବାଧ୍ୟ ହେଉଛି, ଯାହାକି ତାଙ୍କୁ ଚିର ଅମର କରି ରଖିବାରେ ଏକ ବଳିଷ୍ଠ ଯୁକ୍ତି ହୋଇ ଆମକୁ ପଥ ଦେଖାଇବ ବୋଲି ଉକ୍ତ ବୈଠକରେ ବିଭିନ୍ନ ବକ୍ତାମାନେ ନିଜ ନିଜର ସତ ଛଳରେ ପ୍ରକାଶ କରିଥିଲେ । ତାଙ୍କରି ଆଦର୍ଶକୁ ମାନି ଛଳିଲେ ତାଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ ହେବ ବୋଲି ମତ ପ୍ରକାଶ ପାଇଥିଲା । ଉକ୍ତ ସ୍ମୃତି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ଉପସଭାନେତ୍ରୀ ସସ୍ମିତା ବେହେରା, ରାଜ୍ୟ ପ୍ରଦେଶ କଂଗ୍ରେସ ପଛୁଆବର୍ଗ ସେଲର ଉପାଧ୍୍ୟକ୍ଷ ବେଣୁଧର ସାହୁ, ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ରମେଶ ପ୍ରଧାନ, ଜିଲ୍ଲା ପଛୁଆ ବର୍ଗ ଅଧ୍ୟକ୍ଷ ଜିତେନ୍ଦ୍ର ସାହୁ, ବରିଷ୍ଠ ଆଇନଜୀବୀ ସୁବାଷ ମିଶ୍ର, ଦିବାକର ସାହୁ, ସୁଶିଲ ପ୍ରଧାନ, ଆଇନ ସେଲ ଅଧ୍ୟକ୍ଷ ଗଣେଶ୍ୱର ସାହୁ, ମିଡିଆସେଲର ଗୋପାଳ ନାଥ, ପୂର୍ବତନ ନଗରପାଳ ସୁକାନ୍ତି ଦାସ, ଗୋପବନ୍ଧୁ ନାଏକ, ଅକ୍ଷୟ ଦାସ, ପୂର୍ବତନ ଯୁବ କଂଗ୍ରେସ ସଭାପତି ତପନ ପ୍ରଧାନ, ବାଦସାହ ଖାନ, ମହମ୍ମଦ ଅଲ୍ଲି, ବିରେନ ନାଏକ, ବାମନ ପ୍ରଧାନ, ହରିଶ ଦେହୁରୀ, ଅରୁଣ କୁମାର ଦାସ, ପାର୍ଥ ସାରଥି ପ୍ରଧାନ, ଝୁନୁ ଦାସ ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ରହି ନିଜ ନିଜର ମତାମତ ପ୍ରଦାନ ଥିଲେ । ଅନୁଗୋଳ,୩୦/୧(ସକାଳଖବର): ବଅଁରପାଳ ବିଇଓ ଅଫିସର ମୁଖ୍ୟ କିରାଣୀ ରଞ୍ଜନ କୁମାର ନାୟକ ଲାଞ୍ଚ ନେଉଥିବାବେଳେ ଆଜି ଭିଜିଲାନ୍ସ ଜାଲରେ ଧରା ପଡ଼ିଛନ୍ତି । ରଞ୍ଜନ ପରତରା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ ସାହୁଙ୍କଠାରୁ ପୂର୍ବରୁ ଥିବା ବକେୟା ବିଲ ପାସ କରାଇବା ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଆଜି ସକାଳ ୧୧.୪୫ ସମୟରେ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିଥିଲା । ସୂଚନା ଯେ, ଶିକ୍ଷକ ପ୍ରଶାନ୍ତ ସାହୁଙ୍କର କିଛି ବିଲ ପାସ ପାଇଁ କିରାଣୀଙ୍କ ପାଖକୁ ବାରମ୍ବାର ଧାଉଁଥିଲେ । ଆଉ ଟଙ୍କା ନଦେଲେ ବିଲ ପାସ ହୋଇପାରିବ ନାହିଁ ବୋଲି କିରାଣୀ ରଞ୍ଜନ ରୋକ୍ଠୋକ୍ ଶୁଣାଇ ଦେଇଥିଲେ । ଫଳରେ ପ୍ରଶାନ୍ତ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଯୋଜନା ମୁତାବକ ଆଜି ପ୍ରଶାନ୍ତଙ୍କଠାରୁ କିରାଣୀ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ କର୍ମଚାରୀ ତାଙ୍କୁ କାବୁ କରିନେଇଥିଲେ । ରଞ୍ଜନଙ୍କୁ ଗିରଫ କରାଯିବା ସହ ତାଙ୍କଠାରୁ ୩ ହଜାର ଟଙ୍କା ଜବତ କରାଯାଇଥିବା ଜଣାଯାଇଛି ।