ଡାକ୍ତର-ରୋଗୀଙ୍କ ସମ୍ପର୍କୀୟ ମୁହାଁମୁହିଁ

Sep 11, 2019 - 07:12
 111
ଗଞ୍ଜାମ, ୧୦/୯(ସକାଳଖବର): ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ହସ୍ପିଟାଲରେ ଗତକାଲି ଡ଼ାକ୍ତର ଓ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ବିବାଦ ଘଟି ଉତେଜନାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗଜପତି ଜିଲ୍ଲାର ଅନିଲ୍ ନାୟକ ତାଙ୍କ ମାଆଙ୍କୁ ବାତରୋଗ ଚିକିତ୍ସା ନିମନ୍ତେ ମେଡିକାଲକୁ ଆଣିଥିଲେ । ତେବେ ସେଠାରେ ଚିକିତ୍ସାରେ ବିଳମ୍ବ ତଥା ଅବହେଳା କାରଣରୁ ଡାକ୍ତରଙ୍କ ସହିତ ଅନିଲ୍ ଙ୍କ ବଚସା ହୋଇଥିଲା । ଏହାପରେ ସେ ବଡ ମେଡିକାଲ ପରିସରରେ ଥିବା ଫାଣ୍ଡିକୁ ଅଭିଯୋଗ କରିବାକୁ ଯିବା ବେଳେ ଡାକ୍ତର ମାନେ ତାଙ୍କ ସହିତ ପାଟିତୁଣ୍ଡ କରିଥିଲେ । ପରବର୍ତୀ ସମୟରେ କଥା ମାଡପିଟ୍ ପର୍ଯ୍ୟନ୍ତ ଯାଇଥିଲା । ଉଭୟ ପକ୍ଷରୁ ଏନେଇ ଫାଣ୍ଡିରେ ଅଭିଯୋଗ ହୋଇଛି । ଯାହାର ପ୍ରତିବାଦରେ ଗତ ରାତିରେ ଡାକ୍ତର ମାନେ କିଛି ସମୟ ପାଇଁ ରୋଗୀ ସେବା ବନ୍ଦ ରଖିଥିଲେ । ପୋଲିସର ଉଚ୍ଚ କର୍ତୃପକ୍ଷ, ହସ୍ପିଟାଲ ସୁପରିଟେଣ୍ଡେଂଟ ଏବଂ କଲେଜ ଅଧ୍ୟକ୍ଷଙ୍କ ରାତିଅଧିଆ ବୈଠକ ଓ ଆଲୋଚନା ପରେ ଆଜି ସକାଳୁ ସ୍ଥିତି ସ୍ୱାଭାବିକ୍ ହୋଇଛି । ତେବେ ଡାକ୍ତରଙ୍କୁ ଆକ୍ରମଣ କରିବା ଅଭିଯୋଗରେ ବୈଦ୍ୟନାଥପୁର ପୋଲିସ ପକ୍ଷରୁ ଅନିଲଙ୍କ ବିରୋଧରେ ଏକ ମୋକଦ୍ଧମା ରୁଜୁ ହୋଇଛି । ଘଟଣାରେ ତାଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା ଚାଲିଛି । ହେଲେ ଏ ପର୍ଯ୍ୟନ୍ତ ଡାକ୍ତରଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।