ବିଜେପିର ଧାରଣା

Jan 31, 2019 - 16:40
 134
ବିଜେପିର ଧାରଣା
ବାରିପଦା,୩୧ ।୧ (ସକାଳଖବର): ଗତ ଜାନୁଆରୀ ୩୦ତାରିଖ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଜିଲ୍ଲା ଗ୍ରସ୍ତ କରିଥିଲେ । ଏହି ସମୟରେ ସେ ବିଭିନ୍ନ ପ୍ରକଳ୍ପ ଉଦଘାଟନ ସାଙ୍ଗକୁ ଶିଳାନ୍ୟାସ କରିଥିଲେ । ଏହାଛଡା ଜିଲ୍ଲାବାସୀଙ୍କ ପାଇଁ ୪ଟି ବଡ଼ ଘୋଷଣା ମଧ୍ୟ କରିଥିଲେ । ତେବେ ମୁଖ୍ୟମନ୍ତ୍ରୀ ଯେଉଁ ପ୍ରକଳ୍ପଗୁଡିକ ଉଦଘାଟନ କରିଥିଲେ ସେଥିରେ ଲାଗିଥିବା ‘ଳକରେ ଜିଲ୍ଲାପରିଷଦ ସଭାପତି ସୁଜାତା ମୁର୍ମୁଙ୍କ ନାମ ମଧ୍ୟ ଉଲ୍ଲେଖ ରହିଥିଲା । ହେଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷାକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ନିମନ୍ତ୍ରଣ କରାଯାଇ ନଥିବାର ଅଭିଯୋଗ ହୋଇଛି । ଏଣୁ ଏହାକୁ ବିରୋଧ କରି ଜିଲ୍ଲାପରିଷସଭାପତି ଶ୍ରୀମତୀ ମୁର୍ମୁ ଓ ବିଜେପିର ଅନ୍ୟ ଜିଲ୍ଲାପରିଷଦ ସଦସ୍ୟ/ସଦସ୍ୟାମାନେ ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ଜିଲ୍ଳା ପ୍ରଶାସନର ଏଭଳି କାର୍ଯ୍ୟକୁ ଦୃଢ଼ ନିନ୍ଦା କରିବା ସହ ସେ ବିଜେପି ଦଳରୁ ଜିତି ଜିଲ୍ଲାପରିଷଦ ଅଧ୍ୟକ୍ଷା ହୋଇଥିବାରୁ ତାଙ୍କୁ ଜାଣି ଶୁଣି ନିମନ୍ତ୍ରଣ କରାଯାଇ ନାହିଁ ବୋଲି ଅଭିଯୋଗ କରିଛନ୍ତି । ଏହା ସହ ଯଦ ମୁଖ୍ୟମନ୍ତ୍ରୀଙ୍କ ଏହି ସଭାକୁ ଡାକିବାର ନଥିଲା ତେବେ ତାଙ୍କ ନାମକୁ କାହିଁକି ‘ଳକରେ ଉଲ୍ଲେଖ କରାଗଲା ବୋଲି ସେ ଓଲଟା ଜିଲ୍ଲା ପ୍ରଶାସନକୁ ପ୍ରଶ୍ନ କରିଛନ୍ତି । ଏହି ଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ସଭାପତି ଡ.କୃଷ୍ଣଚନ୍ଦ୍ର ମହାପାତ୍ର,୨୯ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ କାଳୀଚରଣ ନାୟକ,ରାଜ୍ୟ ମହିଳା ମୋର୍ଚ୍ଚାର ଏକଜିକ୍ୟୁଟିଭ ମେମ୍ବର ସୁମନ ସିଂ, ୩୫ନମ୍ବର ଜୋନ ସଭ୍ୟ ବ୍ରଜମୋହନ ବେହେରା,୫୪ନମ୍ବର ଜେନା ସଭ୍ୟ ମୀରା ଧୀର,୪୦ନମ୍ବର ଜେନା ସଭ୍ୟ ମଞ୍ଜୁଲତା ମହାନ୍ତ, ୪୭ନମ୍ବର ଜେନା ସଭ୍ୟ ମିନତୀ ପାତ୍ର,୩୮ନମ୍ବର ଜୋନ ସଭ୍ୟା ବେଲମଣୀ ସୋରେନ,୫୩ନମ୍ବର ଜେନା ସଭ୍ୟ ସୁଧୀର ବେହେରା,୩୨ନମ୍ବର ଜେନା ସଭ୍ୟ ଦମାନ ମୁର୍ମୁ,ଇଂ ବିଶେଶ୍ୱର ଟୁଡୁ,ସୁବାଷ ପ୍ରଧାନ,ନଗର ସଭାପତି ବିଜୟ ଦାସ ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।