ଓଡ଼ିଶା ପାଇଁ ବ୍ୟାପକ ଦରଦ ଥିଲା ; ରୁଦ୍ର
ଅନୁଗୋଳ,୧୬/୮ (ସକାଳଖବର): ଓଡ଼ିଶା ପାଇଁ ସ୍ୱର୍ଗୀୟ ପ୍ରଧାନମନ୍ତ୍ରୀ ବାଜପେୟୀ ଜୀ ଙ୍କ ହୃଦୟରେ ଅମାପ ଦରଦ ଥିଲା ବୋଲି କହିଛନ୍ତି ପ୍ରାକ୍ତନ ସାଂସଦ (ରାଜ୍ୟସଭା) ରୁଦ୍ର ନାରାୟଣ ପାଣି । ଅର୍ଥର ଅଭାବ ରହିବ ନାହିଁ । ଏହି ଖଣ୍ଡବାକ୍ୟଟି ସର୍ବ ପ୍ରଥମେ ୧୯୯୯ ମହାବାତ୍ୟା ସମୟରେ ରାଜ୍ୟର ପୁନନିର୍ମାଣ ସନ୍ଦର୍ଭରେ ସେ ଏହା କହିଥିଲେ । ୧୯୯୭ରେ ବିଜୁବାବୁଙ୍କ ସ୍ୱର୍ଗବାସ ପରେ ବିଜୁବାକୁଙ୍କ ଶବାଧାର ସହିତ ଦିଲ୍ଲୀରୁ ଅଟଳ ବିଜାରୀ ବାଜପେୟୀ ଆସିଥିବା ଯୁଗ ଯୁଗ ପାଇଁ ସ୍ମରଣୀୟ ହୋଇ ରହିବ । ୧୯୫୭ ମସିହାରେ ମାତ୍ର ବତିଶ (୩୨) ବର୍ଷ ବୟସରେ ଲୋକସଭାରେ ପ୍ରବେଶ କରିଥିବା ସ୍ୱର୍ଗତ ବାଜପେୟୀ । ୨୦୦୯ ମସିହା ପର୍ଯ୍ୟନ୍ତ ମୋଟ ପଚାଶ ବର୍ଷରୁ ଅଧିକ ସମୟ ସାଂସଦ ରହିଥିଲେ । ତାଙ୍କର ଏହି ରେକଡର଼୍ ଭଙ୍ଗ କରାଯିବା ମଧ୍ୟ କଷ୍ଟ ସାଧ୍ୟ ବ୍ୟାପାର । କେବଳ ୧୯୮୫-୮୬ ଭିତରେ ସେ ଦେଢ଼ବର୍ଷ ପାଇଁ ଯାହା ସାଂସଦ ନଥିଲେ । ୧୯୫୭, ୧୯୬୭, ୧୯୭୨, ୧୯୭୭, ୧୯୮୦, ୧୯୯୧,୧୯୯୮, ୧୯୯୯ ଏବଂ ୨୦୦୪ ଏହିପରି ମୋଟ ସେ ୧୦ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୧୯୬୨ ଓ ୧୯୮୬ରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଏହିପରି ୧୨ (ବାର) ଥର ସଂସଦଙ୍କୁ ନିର୍ବାଚିତ ହୋଇଥିବା ବାଜପେୟୀ ଜୀ ଙ୍କ ସଂସଦୀୟ ଜୀବନ ଥିଲା । ପଚାଶ ବର୍ଷରୁ ଉଦ୍ଧ୍ୱର୍ ତାଙ୍କର ଏହି ପଚାଶ ବର୍ଷରୁ ଉଦ୍ଧ୍ୱର୍ ସଂସଦୀୟ ଜୀବନ ଭିତରେ ସେ ଅନେକ ଥର ଓଡ଼ିଶା ଗସ୍ତ କରି ରାଜ୍ୟର ଅଧିକାଂଶ ସ୍ଥାନରେ ସାଧାରଣ ସଭାରେ ଉଦବୋଧ ଦେଇଥିଲେ ବୋଲି ଶ୍ରୀ ପାଣି ଉଲ୍ଲେଖ କରିଛନ୍ତି । ୧୯୯୧ ଓ ୧୯୯୬ରେ ବାଜପେୟୀ ଜୀ ଏକକାଳୀନ ଦୁଇ ଦୁଇଟି କ୍ଷେତ୍ରରୁ ନିର୍ବାଚିତ ହୋଇଥିଲେ ।