କେନ୍ଦ୍ରମନ୍ତ୍ରୀଙ୍କ ଅନୁଗୋଳ ଗସ୍ତ ପାଇଁ ପ୍ରସ୍ତୁତି ବୈଠକ

Jan 14, 2019 - 17:06
 167
କେନ୍ଦ୍ରମନ୍ତ୍ରୀଙ୍କ ଅନୁଗୋଳ ଗସ୍ତ ପାଇଁ ପ୍ରସ୍ତୁତି ବୈଠକ
ଅନୁଗୋଳ,୧୪/୦୧(ସକାଳଖବର): ଆଗାମୀ ୧୬ ତାରିଖ ଦିନ ଅନୁଗୋଳ ଜିଲାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଗମନ ପରିପ୍ରେକ୍ଷିରେ ଆଜି ସନ୍ଧ୍ୟାରେ ବିଜେପି କାର୍ଯ୍ୟାଳୟଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବଅଁରପାଳସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ପାଳନ ଉସôବରେ ମୁଖ୍ୟ ଅତିଥି ଭାବରେ ଯୋଗଦେବାର କାର୍ଯ୍ୟକ୍ରମ ଅଛି । ସନ୍ତ୍ରୀସ୍ଥିତ ହୋଇସ୍କୁଲ ପଡ଼ିଆରେ ମାନ୍ୟବର ମନ୍ତ୍ରୀ ହେଲିକ୍ୟାପଟର ଯୋଗେ ଆସି ଅବତରଣ କରିବେ । ତେଣୁ ମନ୍ତ୍ରୀଙ୍କ ଭବ୍ୟ ସ୍ୱାଗତ ଜଣାଇବା ପାଇଁ ହେଲିପ୍ୟାଡ଼ଠାରୁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପର୍ଯ୍ୟନ୍ତ ଏକ ବିରାଟ ମୋଟର ସାଇକେଲ ର୍ୟାଲିରେ ପାଛୋଟି ଆଣିବା ପାଇଁ ସ୍ଥିର ହୋଇଥିବା ଜଣାଯାଇଛି । ଏହି ବୈଠକରେ ପ୍ରତାପ ପ୍ରଧାନ, ମୀନକେତନ ଅମାନ୍ତ, ଦିଲ୍ଲୀପ ପ୍ରଧାନ, ପ୍ରଭାରୀ ଯଯତୀ ପଟ୍ଟନାୟକ, ପ୍ରଦୀପ ବିଶ୍ୱାଳ, ପ୍ରତିମା ମିଶ୍ର, ନମିତା ଦଳବେହେରା, ସୁଜାତା ଦାସ, ସୁଷମା ବେହେରାଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।