ପୀଡ଼ିତାକୁ ଭେଟିଲେ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା

Jan 14, 2019 - 17:45
 139
ପୀଡ଼ିତାକୁ ଭେଟିଲେ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା
କନ୍ଧମାଳ,୧୪/୧(ସକାଳଖବର):କନ୍ଧମାଳର ପୀଡ଼ିତା ଏବଂ ତାର ନବଜାତ ଶିଶୁ ଚିକିତ୍ସା ଓ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତି ହୋଇଥିବା ବେଳେ ନାବାଳିକାର ନବଜାତ ଶିଶୁଟିର ଆଜି ମୃତୁ୍ୟ ଘଟିଛି । ଆଜି ରାଜ୍ୟ କଂଗ୍ରେସ ମହିଳା ସଭାନେତ୍ରୀ ସୁମିତ୍ରା ଜେନା ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଅଷ୍ଟମ ଶ୍ରେଣୀର ଏହି ପୀଡ଼ିତା ଛାତ୍ରୀଙ୍କୁ ଭେଟି ସମବେଦନା ଜ୍ଞାପନ କରି ଆଶ୍ୱାସନା ଦେଇଛନ୍ତି ।