ଏଲଆଣ୍ଡଟି ଠିକାଦାରଙ୍କ ଦାଦାଗିରୀ, କହୁଛନ୍ତି ୩ୟ ମହଲା ବି ତାଙ୍କ ଅଧିନରେ

Aug 6, 2019 - 17:18
 142
ରାଉରକେଲା, ୬/୮(ସକାଳଖବର): ରାଉରକେଲା ସହରରେ ସ୍ୱେରେଜ ବୋର୍ଡ କାମ ନେଇଥିବା ଏଲ ଆଣ୍ଡ ଟି କଂପାନୀର ଠିକାଦାର ମାନେ ମନଇଚ୍ଛା କାମ କରୁଥିବା ବେଳେ ତାଙ୍କ ପାଖରେ ବିଭାଗୀୟ ଇଂଜିନିୟର ବି ରହୁ ନାହାନ୍ତି । ଫଳରେ ଯେଉଁଠି ପାରିଲେ ଖୋଳିଲେ ଯେଉଁଠି ପାରିଲେ ପୋତିଲେ । ଏହାକୁ ଲୋକେ ବିରୋଧ କଲେ ସେମାନଙ୍କୁ ଧମକ ଚମକ ଦେବା ସହ ସରକାରୀ ଅଧିକାରୀ ମାନଙ୍କୁ ଗାଳି ଗୁଲଜ ଲୋକଙ୍କ ସମ୍ମୁଖରେ କରିବାକୁ ପଛାଉ ନାହାନ୍ତି । ଏପରିକି ରାଜ୍ୟ ସରକାରଙ୍କ ୩ୟ ମହାଲା ସେମାନଙ୍କର କିଛି କରି ପାରିବ ନାହିଁ, ପୁଲିସକୁ ମାର୍ ଗୁଲି କହି କାମ କରୁଛନ୍ତି । ଘଟଣା ଆଜି ଅପରାହ୍ନର । ଛେଣ୍ଡ କଳିଙ୍ଗ ବିହାର ଅଂଚଳରେ ଭୁଲ ଯାଗାରେ ସ୍ୱେରେଜ ଲାଇନ ଲାଗି ଚାମ୍ବର ତିଆରି କରୁଥିବାରୁ ଲୋକେ ବିରୋଧ କଲେ । ଫଳରେ ମିଶ୍ର ନାମକ ଠିକାଦାର ଆସି ଏଭଳି ଧମକ ଦେବା ସହ ୩ୟ ମହଲାର ୫ଟି ସଚିବ ବି ତାଙ୍କର କିଛି କରିପାରିବ ନାହିଁ ବୋଲି ତାଙ୍କ ନାମ ନେଇ ସେ ଏଡିଏମ ଥିବାବେଳେ କ’ଣ ସବୁ କରିଥିଲେ ତାକୁ ଗାଇବାକୁ ବି ପଛାଇଲେନି । ଲୋକଙ୍କ କହିବା କଥା ଥିଲା ଯେଉଁ ଯାଗାରେ ଚାମ୍ବର ହେଉଛି ସେ ଯାଗାରେ ଯାଇଥିବା ପାଇପ ଲାଇନ ଭାଙ୍ଗି ଯାଇଛି ତେଣୁ ସେ ଯାଗା ଖୋଳାଯାଇ ପାଇପ ଲାଇନ ବସିବ । ପୁଣି ଆପଣ ମାନେ କରୁଥିବା କାମ ନଷ୍ଟ ହେବ ତେଣୁ ଆଗରୁ ଯେଉଁ ଲାଇନରେ କାମ ହୋଇଛି ସେହି ଲାଇନରେ କାମ କର । ମାତ୍ର ଠିକାଦାର ବାବୁ ଓ ଏଲ ଆଣ୍ଡ ଟି କର୍ମଚାରୀ ନଛୋଡ ବନ୍ଧା । ଏ ନେଇ ଜନସ୍ୱାସ୍ଥ୍ୟ ବିଭାଗ ଇଂଜିନିୟର ଶ୍ରୀ ପଟେଲ ଓ ସ୍ୱେରେଜ ବୋର୍ଡ ଏସଡିଓ ଶ୍ରୀ ତ୍ରିପାଠୀଙ୍କୁ ଜଣାଇବା ପରେ ବି ଠିକାଦାର ଓ ଏଲଆଣ୍ଡଟି କଂପାନୀ ଆମ ସରକାରଙ୍କ ଅଫିସରଙ୍କୁ ଗାଳି ଦେଇ କାମ କରାଇବା ଘଟଣା ଦେଖୁଥିବା ଲୋକଙ୍କୁ ଲଜ୍ୟା ଲାଗିଥିଲା । ଫଳରେ ଜିଏ ଯାହା ଘରକୁ ଚାଲି ଯାଇଥିଲେ । ସତରେ ରାଉରକେଲାରେ କାହାର ରାଜ୍ ଚାଲିଛି କି ବୋଲି ଏବେ ଲୋକଙ୍କ ମନରେ ସ୍ୱତଃ ପ୍ରଶ୍ନ ଉଠୁଥିବା ବେଳେ ଯିଏ ରାଜ୍ୟ ମୁଖିଆଙ୍କ ୫ ସଚିବଙ୍କୁ ଆକ୍ଷେପ କରିପାରୁଛି ସେ ଠିକାଦାର ନିଶ୍ଚୟ ଦମଦାର ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି ।