୪୦ ଲକ୍ଷ ମେଟ୍ରିକ ଟନ ଚିନି ସଂଗ୍ରହ ଭଣ୍ଡାର ସୃଷ୍ଟି ଲାଗି କ୍ୟାବିନେଟର ଅନୁମୋଦନ

Jul 27, 2019 - 06:32
 109
ନୂଆଦିଲ୍ଲୀ ,୨୪/୭(ସକାଳଖବର): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ନିମ୍ନଲିଖିତ ପ୍ରସ୍ତାବଗୁଡିକୁ ଅନୁମୋଦନ କରିଛନ୍ତି । ଏକ ବର୍ଷ ପାଇଁ ୪୦ ଲକ୍ଷ ମେଟ୍ରିକ ଟନ ଚିନିର ସଂଗ୍ରହ ଭଣ୍ଡାର ସୃଷ୍ଟି ଏବଂ ଏହି ଉଦେ୍ଧଶ୍ୟରେ ଆନୁମାନିକ ଭାବେ ସର୍ବାଧିକ ୧୬୭୪ କୋଟି ଟଙ୍କାର ବ୍ୟୟ ବରାଦ । ତେବେ ବଜାର ଦର ଆଧାରରେ ଓ ଚିନିର ଉପଲବ୍ଧତା ଅନୁଯାୟୀ ଏଥିରେ ପରିବର୍ତନ ଆଣିବା ତଥା ଏହି ପ୍ରସ୍ତାବକୁ ପ୍ରତ୍ୟାହାର କରିବା ନେଇ ଖାଦ୍ୟ ଓ ସାଧାରଣ ବଂଟନ ବିଭାଗ ସମୀକ୍ଷା କରିପାରିବେ । ଏହି ଯୋଜନା ଅନୁଯାୟୀ ଚିନି କଳ ମାନଙ୍କଠାରୁ ଚାରି ମାସରେ ଥରେ ଅର୍ଥ ଆଦାୟ କରାଯିବ ଏବଂ ଆଖୁ ମୂଲ୍ୟ ଓ ଯଦି କିଛି ବକେୟା ରାଶି ଥାଏ ତେବେ ସେ ବାବଦ ଅର୍ଥ ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ସ୍ଥାନାନ୍ତର କରାଯିବ । ଏହାଦ୍ୱାରା ଚିନି କଳମାନଙ୍କ ଚଳ ନିଧି କ୍ଷେତ୍ରରେ ଉନ୍ନତି ଆସିବ । ଘରୋଇ ଚିନି ବଜାରରେ ଦର ବୃଦ୍ଧିକୁ ନିୟନ୍ତ୍ରଣ କରାଯାଇ ଚିନି ଦରରେ ସ୍ଥିରତା ରକ୍ଷା କରାଯାଇ ପାରିବ ଏବଂ ଏହାଫଳରେ ସଠିକ ସମୟରେ ଆଖୁ ଚାଷୀଙ୍କ ପ୍ରାପ୍ୟ ପ୍ରଦାନ କରାଯିବ । ଏହାସହ ଚିନିକଳଗୁଡିକର ବକେୟା ଦର ପ୍ରଦାନ କରାଯିବା ଦ୍ୱାରା ଆଖୁ ଉପôାଦନ କରୁଥିବା ସମସ୍ତ ରାଜ୍ୟମାନଙ୍କୁ ଲାଭ ମିଳିବ ।