ଚାଷୀଙ୍କ ପାଇଁ କାଳିଆ ଯୋଜନା

Dec 21, 2018 - 18:20
 153
ଚାଷୀଙ୍କ ପାଇଁ କାଳିଆ ଯୋଜନା
ଭୁବନେଶ୍ୱର, ୨୧/୧ ଭୂମିହୀନ ପରିବାରମାନେ ଏହି ୭ ଗୋଟି ଆନୁସଙ୍ଗିକ କୃଷି କାର୍ଯ୍ୟ ମଧ୍ୟରୁ ଯେ କୌଣସି ଗୋଟିକୁ ସେମାନଙ୍କର ଜୀବିକା ଭାବେ ପସନ୍ଦ କରିପାରିବେ । ଏଥିପାଇଁ ଆଗାମୀ ୩ ବର୍ଷରେ ୧୨୫୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଅନେକ ସମୟରେ ବୃଦ୍ଧାବସ୍ଥା, ଅକ୍ଷମତା, ରୋଗ ଆଦି କାରଣରୁ ଚାଷୀ ଚାଷ କାର୍ଯ୍ୟ କରିବାକୁ ସକ୍ଷମ ହୋଇପାରେ ନାହିଁ । ସେହିପରି ଏହି କାରଣରୁ ଭୂମିହୀନ କୃଷି ଶ୍ରମିକ ରୋଜଗାର ମଧ୍ୟ ହରାଇଥାଏ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ପରିବାରକୁ ଚାଷୀ କାର୍ଯ୍ୟ ଓ ଜୀବିକା ଜାରି ରଖିବା ପାଇଁ ବାର୍ଷିକ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଦେବାପାଇଁ ନିଷ୍ପତି ନିଆଯାଇଛି । ଏହି ସହାୟତା ପାଇଁ ଯୋଗ୍ୟ ହିତାଧିକାରୀ ଗ୍ରାମ ପଂଚାୟତ ଦ୍ୱାରାହିଁ ମନୋନୀତ କରାଯିବ । ସାରା ରାଜ୍ୟରେ ଏହିପରି ୧୦ ଲକ୍ଷ ପରିବାର ପାଇଁ କାଳିଆ ଯୋଜନାରେ ୧ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ । ସେ ଆହୁରି କହିଲେ ଯେ, ଉଭୟ ଚାଷୀ ଓ ଭୂମିହୀନ କୃଷି ଶ୍ରମିକଙ୍କ ପାଇଁ ୨ ଲକ୍ଷ ଟଙ୍କାର ଜୀବନ ବୀମା ଏବଂ ଦୁର୍ଘଟଣା କ୍ଷେତ୍ରରେ ଅତିରିକ୍ତ ୨ ଲକ୍ଷ ଟଙ୍କାର ବୀମା ସୁରକ୍ଷା ଯୋଗାଇ ଦିଆଯିବ । ଏହା ଦ୍ୱାରା ୫୭ ଲକ୍ଷ ପରିବାର ଉପକାର ପାଇବେ । ଅନ୍ୟ ଏକ ପ୍ରଶ୍ନର ଉତର ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚାଷୀଙ୍କୁ ଏଣିକି ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ବିନା ସୁଧରେ ଯୋଗାଇ ଦିଆଯିବ । ଏଥିପାଇଁ ଆଗାମୀ ୩ ବର୍ଷ ଲାଗି ୧୦ ହଜାର ୨୮୦ କୋଟି ଟଙ୍କା ଖର୍ଚ୍ଚ ହେବ । ୨୦୨୧ରେ ଏହି ଯୋଜନାର ସମୀକ୍ଷା କରାଯାଇ ପରିବର୍ତନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ସାରା ଦେଶରେ ଦାରିଦ୍ର୍ୟ ହାରରେ ସର୍ବାଧିକ ହ୍ରାସ ଓଡ଼ିଶାରେ ହିଁ ଘଟିଛି । ପ୍ରାୟ ୮୦ ଲକ୍ଷ ଲୋକ ଦାରିର୍ଦ୍ୟ ସୀମାରେଖା ଉପରକୁ ଉଠିଛନ୍ତି । ଓଡ଼ିଶା ଜନସଂଖ୍ୟାର ୬୦ ପ୍ରତିଶତ କୃଷି ଉପରେ ନିର୍ଭରଶୀଳ । ସରକାରଙ୍କର ବିଭିନ୍ନ ପଦକ୍ଷେପ ଫଳରେ ଓଡ଼ିଶା ଖାଦ୍ୟ ଶସ୍ୟ ଉପôାଦନରେ ଏକ ନିଅଂଟିଆ ରାଜ୍ୟ ହୋଇ ରହିନାହିଁ । ଦେଶର ସାଧାରଣ ବଂଟନ ବ୍ୟବସ୍ଥାକୁ ଚାଉଳ ଯୋଗାଣ କ୍ଷେତ୍ରରେ ତୃତୀୟ ସର୍ବାଧିକ ଅବଦାନକାରୀ ହୋଇପାରିଛି । ଓଡ଼ିଶା କୃଷିକର୍ମଣ ପୁରସ୍କାର ୫ ଥର ହାସଲ ପାଇଁ ରେକଡର଼୍ କରିଛି । ଓଡ଼ିଶା ହେଉଛି ଦେଶର ଏକ ମାତ୍ର ରାଜ୍ୟ ଯିଏ କି ଚାଷୀଙ୍କ ରୋଜଗାରକୁ ଦୁଇଗୁଣ କରିବାରେ ସଫଳ ହୋଇଛି । କ୍ୟାବିନେଟ ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, କୃଷି ମନ୍ତ୍ରୀ ପ୍ରଦୀପ ମହାରଥି, ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ବିଭାଗୀୟ ପ୍ରମୁଖ ସଚିବମାନେ ଉପସ୍ଥିତ ଥିଲେ ।