୨ କିଡନୀ ଅଚଳ, ମୃତୁ୍ୟ ସହ ସଂଗ୍ରାମ କରୁଛି ଯୁବକ

Jul 27, 2019 - 06:34
 119
ନୂଆପଡା, ୨୪/୭(ସକାଳଖବର): ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଖାସବାହାଲ ପଞ୍ଚାୟତର ବଙ୍କାପୁର ଗ୍ରାମରେ ଜଣେ ଯୁବକଙ୍କ ୨ କିଡନୀ ଅଚଳ ଯୋଗୁଁ ବର୍ତମାନ ମୃତୁ୍ୟ ସହ ସଂଗ୍ରାମ କରୁଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସୂଚନା ମତେ ବଙ୍କାପୁର ଗ୍ରାମର ଗଦାଧର ବେହେରା ଗତ ୨୦୧୫ ମସିହାରେ ଅସୁସ୍ଥତା ଅନୁଭବ କରିବାରୁ ଖଡିଆଳ ସ୍ଥିତ ଉପଖଣ୍ଡ ଚିକିସôାଳୟରେ ଚିକିସôା ହୋଇଥିଲେ । କିନ୍ତୁ ଚିକିସôା ପରେ ମଧ୍ୟ ରୋଗ ଭଳ ନହେବାରୁ ସେ ବୁର୍ଲା ଯାଇ ଚିକିସôା ହୋଇଥିଲେ । ସେତେବେଳେ କିଡନୀ ଖରାପ ଥିବା ଡାକ୍ତର କହିଥିଲେ । ପରେ କଟକ, ବିଶାଖାପାଟଣା ଡାକ୍ତରଖାନା ଯାଇ ଚିକିସôା ହୋଇଥିଲେ । ଡାକ୍ତର ଲେଖିଥିବା ଔଷଧ ଖାଇବା ପରେ ରୋଗ ଭଳ ହୋଇଥିଲା । କିନ୍ତୁ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ନିୟମିତ ଔଷଧ ଖାଇ ପାରିନଥିଲେ । ଫଳରେ ବର୍ତମାନ ୨ କିଡନୀ ଅଚଳ ହୋଇ ଯାଇଥିବା ଡାକ୍ତର ପ୍ରକାଶ କରିଛନ୍ତି । ଏହାର ଚିକିସôା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବାକୁ ଡାକ୍ତର କହୁଥିବା ବେଳେ ଅର୍ଥ ଅଭାବରୁ ଗତ ୬ ମାସରୁ ଅଧିକ ହେବ ସର୍ଯ୍ୟାସାୟୀ ରହିଛନ୍ତି । ହେଲେ ଗତ ୬ ଦିନ ହେବ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲାରେ ଚିକିସôା କରାଯାଉଥିବା ସୂଚନା ମିଳିଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଉପଯୁକ୍ତ ଚିକିସôା ସେବା ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି । ଏହାସହ ଗ୍ରାମର ବର୍ତମାନ ୧୫ ରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ଥିବା ଜଣାପଡିଛି । ଅନ୍ୟପକ୍ଷରେ ନୂଆପଡା ଜିଲ୍ଲାର ଭୂତଳ ଜଳରେ ମାତ୍ରାଧିକ ଫ୍ଲୋରାଇଡ ଥିବାରୁ ଜିଲ୍ଲାର ପ୍ରତ୍ୟେକ ଗ୍ରାମରେ କିଡନୀ ରୋଗ ଆତଙ୍କ ଦେଖାଦେଇଥିବା ଅଭିଯୋଗ ହେଉଛି । ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେଇ କିଡନୀ ରୋଗ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବୀ ହେଉଛି ।