ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

Jul 27, 2019 - 06:31
 116
ବାରିପଦା ,୨୪/୭(ସକାଳଖବର): ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି । ରାଜ୍ୟରେ ନାବାଳିକା ଅପହରଣଠାରୁ ଆରମ୍ଭ କରି ନାବାଳିକା ଗଣଦୁଷ୍କର୍ମ, ବଳାକ୍ରାର, ହତ୍ୟା, ଡକାୟତି ଓ ରାହାଜାନି ଆଦି ଘଟଣା ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି । ପରିସ୍ଥିତି ଉଦବେଗଜନକ ଅବସ୍ଥାରେ ପହଂଚିସାରିଛି । ପରିସଂଖ୍ୟାନ ଦୃଷ୍ଟିକୋଣରୁ ଦୁଷ୍କର୍ମ ମାମଲାରେ ଓଡ଼ିଶା ସମଗ୍ର ଭାରତ ବର୍ଷରେ ଶୀର୍ଷ ସ୍ଥାନରେ ପହଂଚିଯାଇଛି । ରାଜ୍ୟରେ ଗୃହ ବିଭାଗ ଖୁଦ୍ ମୁଖ୍ୟମନ୍ତ୍ରୀ ନବୀନଙ୍କ ହାତରେ ରହିଥିବା ବେଳେ ବିଧାନସଭାରେ ଭୂଲ ତଥ୍ୟ ପ୍ରଦାନ କରାଯାଇଛି ଏବଂ ଏହାକୁ ନେଇ ବାଚସ୍ପତି ନୀରବଦ୍ରଷ୍ଟା ସାଜିଛନ୍ତି । ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଦ୍ୱାରା ପରିଚାଳିତ ବିଜେଡ଼ି ସରକାର ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିବାର ଅଭିଯୋଗ ଆଣି ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାଠାରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜୁଲାଇ ୨୪ ବୁଧବାର ପୂର୍ବାହ୍ନ ୧୦ରୁ ୧ଟା ପର୍ଯ୍ୟନ୍ତ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ ନେତା, କର୍ମୀ ଓ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।