୨୦୧୯ ଜାନୁଆରୀ ୪ରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା
ଭୁବନେଶ୍ୱର, ୩୧/୭ (ସକାଳଖବର):ନିର୍ବାଚନ ଆୟୋଗଙ୍କ ନିଦେ୍ର୍ଧଶକ୍ରମେ ରାଜ୍ୟର ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଭୋଟର ତାଲିକାର ସଂଶୋଧନ ପ୍ରକ୍ରିୟା କାର୍ଯ୍ୟ ଆରମ୍ଭ ହୋଇଛି । ଆସନ୍ତା ସେପ୍ଟେମ୍ବର ୧ ସୁଦ୍ଧା ଚିଠା ତାଲିକା ପ୍ରକାଶନ ହେବ । ସେପ୍ଟେମ୍ବର ୧ରୁ ନଭେମ୍ବର ୧ ପର୍ଯ୍ୟନ୍ତ ଦାବି ଓ ଆପତି ଆବେଦନ କରାଯିବ । ୩୦ ନଭେମ୍ବର ପୂର୍ବରୁ ଏହି ଆବେଦନର ଫଇସଲା ହେବ । ୨୦୧୯ ଜାନୁଆରୀ ୪ ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ପ୍ରକାଶ କରିଛନ୍ତି ।
ମଙ୍ଗଳବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କୁମାର କହିଛନ୍ତି ଯେ ରାଜ୍ୟର ଯୁବ ମତଦାତା , ଭିନ୍ନକ୍ଷମ ବ୍ୟକ୍ତିବିଶେଷ ତଥା ବାଦ୍ ପଡିଥିବା ଓ ଯୋଗ୍ୟ ବିବେଚିତ ବ୍ୟକ୍ତିମାନଙ୍କର ନାମ ଭୋଟର ତାଲିକାରେ ଯୋଗ କରିବା ପାଇଁ ବିହିତ ପଦକ୍ଷେପ ନିଆଯାଉଛି ।୨୦୧୮ ସଂଶୋଧନ ଅନୁଯାୟୀ ରାଜ୍ୟରେ ସମୁଦାୟ ୩ କୋଟି ୧୨ ଲକ୍ଷ ୫୭ ହଜାର ୮୦୩ ଜଣ ମତଦାତା ଥିଲେ । ଏଥିମଧ୍ୟରୁ ପୁରୁଷ ୧ କୋଟି ୬୧ ଲକ୍ଷ ୧୬ ୭୫୪ , ମହିଳା ୧ କୋଟି ୫୧ ଲକ୍ଷ ୩୮ ହଜାର ୮୯୮ , ତୃତୀୟ ଲିଙ୍ଗ ୨୧୫୧ ସଂଖ୍ୟକ ମତଦାତା ଥିଲେ । ସେତେବେଳେ ମତଦାନ କେନ୍ଦ୍ର ସଂଖ୍ୟା ୩୫ ହଜାର୮୯୬ଥିଲା । ସମୀକରଣ ବ୍ୟବସ୍ଥାରେ ଚଳିତ ବର୍ଷ ୧୮୦୦ରୁ ୨୦୦୦ ମତଦାନ କେନ୍ଦ୍ର ଭୋଟରଦାତାଙ୍କ ସୁବିଧା ନିମନ୍ତେ ସୃଷ୍ଟି କରାଯିବ । ଗ୍ରାମାଂଚଳରେ ପ୍ରତି ବୁଥ୍ ରେ ୧୧୦୦ ଭୋଟର ସହରରେ ୧୪୦୦ ଭୋଟର ରହିବା ପାଇଁ ନିର୍ବାଚନ କମିଶନଙ୍କ ନିଦେ୍ର୍ଧଶ ରହିଛି । ଏହି ସଂଖ୍ୟା ଠାରୁ ଅଧିକ ରହିଲେ କମ୍ ରହିଥିବା ବୁଥ୍ କୁ ସ୍ଥାନାନ୍ତରେ କରାଯିବ । ୨୦୧୯ ଜାନୁଆରୀ ପହିଲା ସୁଦ୍ଧା ଯାହାଙ୍କର ବୟସ ୧୮ବର୍ଷ ହେବ ସେମାନେ ଭୋଟ୍ ଦେବେ । କୌଣସି ଯୋଗ୍ୟ ବିବେଚିତ ଭୋଟରଙ୍କୁ ମତଦାନରୁ ବଂଚିତ କରାଯିବ ନାହିଁ ।
ସେ ଆହୁରି କହିଥିଲେ ଯେ ପ୍ରଥମ ଥର ପାଇଁ ଆଗାମୀ ସାଧାରଣ ନିର୍ବାଚନରେ ଭିଭିପାଟ୍ ମେସିନ୍ ବ୍ୟବହାର କରିବା ପାଇଁ ଆୟୋଗ ସ୍ଥିର କରିଛନ୍ତି । ଏଥିପାଇଁ ଆବଶ୍ୟକ ସଂଖ୍ୟକ ଇସିଆଇଏଲ କମ୍ପାନୀ ଆସନ୍ତା ସେପ୍ଟେମ୍ବର ମାସ ସୁଦ୍ଧା ମେସିନ୍ ଯୋଗାଇ ଦେବ । ଆୟୋଗ ଓଡିଶାକୁ ୯୬ହଜାର ମେସିନ୍ ଯୋଗାଇ ଦେବା ପାଇଁ କମ୍ପାନୀକୁ ନିଦେ୍ର୍ଧଶ ଦେଇଛନ୍ତି ।ଏହି ମେସିନ୍ ଦ୍ୱାରା ଭୋଟର ମାନେ କାହାକୁ ଭୋଟ୍ ଦେଲେ ଦେଖିବା ପାଇଁ ଏକ ୱିଣ୍ଡୋ ଯୋଗାଇ ଦିଆଯାଇଛି । ସେମାନେ ଭୋଟ୍ ଦେବା ପରେ ଏହି ମେସିନ୍ ରେ ୭ ସେକେଣ୍ଡ ପାଇଁ ଭୋଟ୍ ଦେଇଥିବା ପ୍ରାର୍ଥୀଙ୍କ ନାମ ଓ ନିର୍ବାଚନ ଚିହ୍ନ ଦେଖିପାରିବେ । ଏହି ସବୁ ତଥ୍ୟ ଥର୍ମାଲ ପେପର ରୋଲ୍ ରେ ପ୍ରିଂଟ ହେବ । ୭ ସେକେଣ୍ଡ ପରେ ଚିରୁକୁଟି କାଟି କରି ଭିଭିପ୍ୟାଟ୍ ମେସିନ୍ ର ବାକ୍ସ ଭିତରେ ପଡିବ । ଯାହାଫଳରେ ଭୋଟରମାନେ ଆଶ୍ୱସ୍ତି ହୋଇପାରିବେ । ପ୍ରଥମ ଥର ପାଇଁ ସାଧାରଣ ନିର୍ବାଚନରେ ଏହି ମେସିନ୍ ବ୍ୟବହାର ହେବାକୁ ଯାଉଥିବାରୁ ନାଗରିକଙ୍କ ବ୍ୟାବହାରିକ ସୂଚନା ପାଇଁ ଭିଭିପାଟ୍ ର ପ୍ରଚାର ଓ ପ୍ରସାର ପାଇଁ ବ୍ୟାପକ କାର୍ଯ୍ୟ ହାତକୁ ନିଆଯିବ ।
ଆୟୋଗଙ୍କ ନିଦେ୍ର୍ଧଶ କ୍ରମେ ଇସିଆଇଏଲ କମ୍ପାନୀଦ୍ୱାରା ନିର୍ମିତ ଭିଭିପାଟ୍ ଓ ଇଭିଏମ୍ ବ୍ୟବହାର କରାଯିବ । ଏଥିପାଇଁ ଆସାମ , ଛତିଶଗଡ , ମହାରାଷ୍ଟ୍ର , ମଧ୍ୟ ପ୍ରଦେଶ , ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ଇଭିଏମ୍ ଅଣାଯିବ । ଏହି ମେସିନ୍ ଆଣିବା ପାଇଁ କେଂଟନର କର୍ପୋରେସନ୍ ଅଫ୍ ଇଣ୍ଡିଆକୁ ନିୟୋଜିତ କରାଯାଇଛି । ଆସନ୍ତା ଅଗଷ୍ଟ ୧୫ ତାରିଖ ସୁଦ୍ଧା ଏହି ମେସିନ ପହଂଚାଇବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ଇଭିଏମ୍ ମେସିନର ସୁରକ୍ଷା ପାଇଁ ପ୍ରତି ଜିଲ୍ଲା ସଦରମହକୁମାରେ ସ୍ଥାୟୀ ତଥା ପକ୍କା ଗୋଦାମ ଘର ନିର୍ମାଣ କରାଯାଇଛି । ଏଥିପାଇଁ ରାଜ୍ୟ ସରକାର ୧୨୪ କୋଟି ଟଙ୍କା ଦେଇଛନ୍ତି । ଆସନ୍ତା ସେପ୍ଟେମ୍ବର ମାସ ସୁଦ୍ଧା ପ୍ରସ୍ତାବିତ ଘରର ସମ୍ପୂର୍ଣ୍ଣ ପରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ର୍ନିର୍ବାଚନ ପ୍ରକ୍ରିୟାର ପ୍ରାକ୍ ପ୍ରସ୍ତୁତି କାର୍ଯ୍ୟକ୍ରମ ଇସିଆଇଏଲ କର୍ମଚାରୀଙ୍କ ଦ୍ୱାରା ସମ୍ପୃକ୍ତ ଜିଲ୍ଲାର ରାଜନୈତିକ ଅଧିକାରୀ ଓ ପ୍ରତିନିଧିମାନଙ୍କ ଉପସ୍ଥିତିରେ ପ୍ରଥମ ଲେବୁଲ ଚେକ୍ କରାଯିବ । ଏହି ଏଫଏଲିସି କାର୍ଯ୍ୟ ସମସ୍ତ ସ୍ୱିକୃତୀ ପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧି ବା ନିର୍ବାଚନ ଅଧିକାର ବା ସେମାନଙ୍କ ଦ୍ୱାରା ନିଯୁକ୍ତ କରାଯିବ । ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ମକ୍ ପୁଲ୍ ଜରିଆରେ ଭୋଟ୍ ଦେବାପାଇଁ ସୁବିଧା ଦିଆଯିବ । ଏହାପରେ ଇଭିଏମ୍ ମେସିନ୍ ଏବଂ ଭିଭିପାଟ୍ ରେ ଭୋଟ୍ ଗଣତି କରି ସମସ୍ତଙ୍କୁ ମେସିନ୍ ର କାର୍ଯ୍ୟଦକ୍ଷତା ଓ ପାରଦର୍ଶିତା ସମ୍ପର୍କରେ ଆଶ୍ୱସ୍ଥ୍ର କରାଯିବ । ଉକ୍ତ ପରୀକ୍ଷା ସରିବା ପରେ ମେସିନ୍ ଗୁଡିକୁ ସିଲ୍ କରାଯିବ । ମକ୍ ପୁଲ୍ ସମୟରେ ପ୍ରତି ଇଭିଏମ୍ ମେସିନ ରେ ଥିବା ପ୍ରତ୍ୟେକ ବଟମ୍ ସହାୟତାରେ ୧୬ ଜଣ ପ୍ରାର୍ଥୀୀଙ୍କୁ ଭୋଟ୍ ଦିଆଯିବ । ଏହା ଫଳାଫଳ ରାଜନୈତିକ ପ୍ରତିନିଧିମାନଙ୍କୁ ଦେଖାଯିବ । ଏଫଏଲସି ପ୍ରକ୍ରିୟାରେ ମେସିନ୍ ରେ କୌଣସି ତ୍ରୁଟି ଦେଖାଗଲେ .ଏହାର ମରାମତି ପାଇଁ ଇସିଆଇଏଲକୁ ପଠାଯିବ ।
ନିର୍ବାଚନ ଆୟୋଗ ଚଳିତ ବର୍ଷକୁ ସୁଗମ ମତଦାନ ରୂପେ ଘୋଷଣା କରିଛନ୍ତି । ଏଥିପାଇଁ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ନିଆଯାଇଛି ।ସେମାନଙ୍କା ନାମ ଭୋଟର ତାଲିକାରେ ଯୋଗ କରିବା ପାଇଁ ପଦକ୍ଷେପ ନିଆଯାଇଛି । ମତଦାନ କେନ୍ଦ୍ରରେ ସେମାନଙ୍କ ଲାଗି ଲ୍ୟାମ୍ପ୍ , ହ୍ୱିଲ୍ ଚେୟାର , ଏନଏସଏସ୍ , ସ୍କାଉଡ୍ସ୍ ,ଗାଇଡ୍ ର ବ୍ୟବସ୍ଥା କରାଯଇଛି । ନିର୍ବାଚନ ସରଳ ପରିଚାଳନା ନିମନ୍ତେ ଜିଲ୍ଲା ଉପଖଣ୍ଡ, ନିର୍ବାଚନ କାର୍ଯ୍ୟାଳୟ ତଥା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବଶ୍ୟକ ସଂଖ୍ୟକ ପଦାଧିକାରୀ ଓ ଭିତିଭୂତିର ବ୍ୟବସ୍ଥା କରାଯାଉଛି । ସରକାରଙ୍କୁ ନିର୍ବାଚନ ସମ୍ପର୍କିତ ସବୁ ପଦ ପଦବୀ ପୂରଣ କରିବା ପାଇଁ ଅନୁରୋଧ କରାଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ୨ ଜଣ ଅତିରିକ୍ତ ସିଇଓ , ଜଣେ ଯୁଗ୍ମ ସିଇଓ , ୨ଜଣ ଡେପୁଟି ସିଇଓ ନିଯୁକ୍ତି କରାଯାଉଛି ବୋଲି ଶ୍ରୀ କୁମାର କହିଥିଲେ ।