ସିଏମସି ଅଧିକାରୀ ରାଜଧାନୀରେ ରହିବା ପ୍ରସଙ୍ଗ

Aug 1, 2018 - 15:03
 179
ସିଏମସି ଅଧିକାରୀ ରାଜଧାନୀରେ ରହିବା ପ୍ରସଙ୍ଗ
କଟକ, ୧ା୮(ସକାଳଖବର): ସଦର ମହକୁମା କଟକ ଛାଡି ଭୁବନେଶ୍ୱରରେ ରହିବା ପ୍ରସଙ୍ଗରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରଣ ଓ ଡକ୍ଟର ଜଷ୍ଟିସ ବି ଆର ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ହୋଇଥିବାବେଳେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଥିଲା । କିନ୍ତୁ କୋର୍ଟ ଏଥିରେ ସନ୍ତୁଷ୍ଟ ହୋଇନଥିଲେ । କେବଳ ଭୁବନେଶ୍ୱରରେ କମିସନର ଓ ଅତିରିକ୍ତ କମିସନର ରହୁଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଥିବାବେଳେ କୋର୍ଟଙ୍କ ନିଦେ୍ର୍ଧଶ ଅନୁସାରେ ଠିକ ଭାବେ ଜବାବ ନଥିବା ହେତୁ ଆସନ୍ତା ଶୁକ୍ରବାର ସୁଦ୍ଧା ପୁନଃ ସତ୍ୟପାଠ ଦାଖଲ ପାଇଁ କୋର୍ଟ ସଚିବଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଅନ୍ୟପକ୍ଷରେ କଟକ ମହାନଗର ନିଗମ(ସିଏମସି) କମିସନର ବିକାଶ ମହାପାତ୍ର ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ ।