ଭଦ୍ରକ: ପ୍ରତିଶୋଧ ପାଇଁ ହତ୍ୟା କରିଥିବା ସ୍ୱୀକାର କଲା ଅଭିଯୁକ୍ତ

Jul 31, 2018 - 20:51
 133
ଭଦ୍ରକ: ପ୍ରତିଶୋଧ ପାଇଁ ହତ୍ୟା କରିଥିବା ସ୍ୱୀକାର କଲା ଅଭିଯୁକ୍ତ
ଭଦ୍ରକ, ୩୧/୭ (ସକାଳଖବର)ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ତାଳସିଠା ଗ୍ରାମରେ ଘଟିଥିବା ଡବଲ ମର୍ଡର ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଗୋପୀନାଥ ମହାନ୍ତି ଓରଫ୍ ବବୁଆ ମହାନ୍ତିକୁ ଗତକାଲି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଂଚଳରୁ ପୋଲିସ୍ ଗିରଫ କରିଥିଲା । ଗିରଫ ହେବା ପରେ ଅଭିଯୁକ୍ତ ବବୁଆ ହତ୍ୟାକାଣ୍ଡର କାରଣ ସମ୍ପର୍କରେ କହିଛି ଯେ ମା ଉପରେ ଅତ୍ୟାଚାର ସହିନପାରି ସେ ଉକ୍ତ ହତ୍ୟାକାଣ୍ଡ ଘଟାଇଛି । ଧରମ ବାପା ଓ ଧରମ ମା ସମେତ ଝିଅକୁ ମଧ୍ୟ ସେ ହତ୍ୟା କରିବାକୁ ଚାହୁଁଥିଲା । ମାତ୍ର ପଡୋଶୀମାନେ ପଳାଇ ଆସିବାରୁ ଝିଅକୁ ମାରି ପାରିନଥିଲା । ଏହି ପରିବାରକୁ ହତ୍ୟା କରିବା ପାଇଁ ସେ ପିଲାଦିନୁ ଲକ୍ଷ୍ୟ ରଖିଥିଲା । ଏଥିପାଇଁ ପୂର୍ବରୁ ଯୋଜନା କରିଥିଲେ ହେଁ ସମ୍ଭବ ହୋଇନଥିଲା । ଅନ୍ୟପକ୍ଷରେ ଭଦ୍ରକ ଏସପି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ମୃତ ରବୀନ୍ଦ୍ରଙ୍କର ବଡ଼ ଝିଅର ଯୌତୁକ ନିର୍ଯାତନା ଜନିତ ମୃତ୍ୟୁ ଘଟିଥିଲା । ଏହି ମାମଲାର ଅ ।ପୋସ ସମାଧାନ କରାଯାଇଥିଲା । ଏଥିପାଇଁ ରବୀନ୍ଦ୍ରକୁ ୨ଲକ୍ଷ ଟଙ୍କା ମିଳିଥିଲା । ସେହି ଟଙ୍କାରୁ ୧ ଲକ୍ଷ ଟଙ୍କା ବ୍ୟାଙ୍କରେ ଓ ବଳକା ଟଙ୍କା ଘର ଆଲମିରାରେ ରଖିଥିଲେ । ଏ ସମସ୍ତ ଘଟଣା ବବୁଅ ଜାଣିଥିଲା । ଏହି ଟଙ୍କାକୁ ହାତେଇବା ପାଇଁ ସେ ଦୁଇ ଜଣଙ୍କୁ ହତ୍ୟା କରିଥିଲା ।ଏପରିକି ରବୀନ୍ଦ୍ରଙ୍କ ଝିଅକୁ ଦୁଷ୍କର୍ମ ମଧ୍ୟ କରିଥିବା ଭଦ୍ରକ ଏସପିି ବାତୁଲା ଗଙ୍ଗାଧର କହିଛନ୍ତି । ବବୁଆ କହିଛି ଯେ ସେମାନେ ଅ ।ମ ଘର ଲୋକଙ୍କ ପ୍ରତି ବହୁତ ଅତ୍ୟା·ର, ଅନ୍ୟାୟ କରିଛନ୍ତି । ଛୋଟ ଥିବା ବେଳେ ଖାଇବା ପିଇବା ଦେବାରେ ଟିକିଏ ହେଲେ ଆମକୁ ମାରୁଥିଲେ । ମୋ ମାଆ ପେଟରେ ଶାବଳ ପକାଇ ଚିଯାଉଥିଲେ । ସେବେଠାରୁ ଏମାନଙ୍କୁ ହତ୍ୟା କରିବାକୁ ମୁଁ ମନେମନେ ସ୍ଥିର କରି ନେଇଥିଲି । ଗତ ୨୮ ତାରିଖରେ ସେ ହତ୍ୟା କରିଥିଲା । ପ୍ରଥମେ ଧରମ ବାପା ରବି ବେଉରିଆଙ୍କୁ ମଦ ପିଆଇ ନିଶାଗ୍ରସ୍ତ କରିବା ପରେ ହାତଗୋଡ ବାନ୍ଧି କେନାଲ ମଧ୍ୟକୁ ଠେଲି ଦେଇଥିଲା । ପରେ ରବିଙ୍କ ଘରକୁ ଯାଇ କବାଟ ବାଡେଇଥିଲା । ଧରମ ମା ଭକ୍ତିଲତା କବାଟ ଖୋଲିବା ପରେ ଶିଳପୁଆରେ ମୁଣ୍ଡକୁ ଛେଚି ହତ୍ୟା କରିଥିଲା । ସେ ମରିଯିବା ପରେ ଧରମ ଭଉଣୀକୁ ହାତ ଗୋଡ ବାନ୍ଧି ଦୁଷ୍କର୍ମ କରିଥିଲା ଏବଂ ହତ୍ୟା କରିବାକୁ ଉଦ୍ୟମ କରିଥିଲା । ତେବେ ପାଟି ଶୁଣି ପଡୋଶୀ ମାନେ ଆସିଯିବାରୁ ସେ ସେଠାରୁ ଫେରାର୍ ହୋଇଯାଇଥିଲା ବୋଲି ବବୁଆ ବୟାନ ଦେଇଛି । ହତ୍ୟାକାଣ୍ଡ ଘଟାଇବା ପରେ ଭୁବନେଶ୍ୱର ପଳାଇଆସି ନିଜ ସ୍ତ୍ରୀକୁ ସବୁ କଥା କହିଥିଲା । ସ୍ତ୍ରୀ ପୋଲିସ୍ ନିକଟରେ ଆତ୍ମସମର୍ପଣ କରିବାକୁ ବବୁଆକୁ ପରାମର୍ଶ ଦେଇଥିଲା ।