୧୭ରେ ପଣ୍ଡା ଇନଫ୍ରା ମାଲିକଙ୍କ ଜାମିନ ଉପରେ ଶୁଣାଣି

May 15, 2018 - 14:19
 148
୧୭ରେ ପଣ୍ଡା ଇନଫ୍ରା ମାଲିକଙ୍କ ଜାମିନ ଉପରେ ଶୁଣାଣି
କଟକ,୧୫ା୫(ସକାଳଖବର): ପଣ୍ଡା ଇନଫ୍ରା ମାଲିକ ପ୍ରତାପ କିଶୋର ପଣ୍ଡା ଓରଫ ଲୁଲୁଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ଜେ ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ସ୍ୱାସ୍ଥ୍ୟଗତ ରିପୋର୍ଟ ତଲବ କରିଛନ୍ତି । ଏହି ରିପୋର୍ଟ ଦାଖଲ ହେବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୭ତାରିଖରେ ହେବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି । ସରକାରଙ୍କ ପକ୍ଷରୁ ଆଇନଜୀବୀ କରୁଣାକର ନାୟକ ମାମଲା ପରିଚାଳନା କରୁଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ମେ ମାସ ୩ତାରିଖ ସଂଧ୍ୟାରେ ବମିଖାଲ ଫ୍ଲାଏ ଓଭର ବ୍ରିଜ ଭୁଶୁଡିଥିଲା । ଏହି ଘଟଣାରେ ଜଣେ ଶ୍ରମିକଙ୍କ ମୃତୁ୍ୟ ଘଟିଥିଲା । ତେବେ ଏହି ଘଟଣାରେ ଲକ୍ଷ୍ମୀସାଗର ଥାନା ପକ୍ଷରୁ ଆବେଦନକାରୀଙ୍କ ନାଁରେ ଏକ ମାମଲା ରୁଜୁ କରାଯାଇ ମେ ମାସ ୪ତାରିଖରେ ଗିରଫ କରାଯାଇଥିଲା