ସାଲେପୁର ଦୁଷ୍କର୍ମ ଓ ହତ୍ୟା ମାମଲାରେ ୨ଜଣଙ୍କ ସାକ୍ଷ୍ୟ ଗ୍ରହଣ

Jun 26, 2018 - 17:56
 168
ସାଲେପୁର ଦୁଷ୍କର୍ମ ଓ ହତ୍ୟା ମାମଲାରେ ୨ଜଣଙ୍କ ସାକ୍ଷ୍ୟ ଗ୍ରହଣ
କଟକ,୨୬ ।୬(ସକାଳଖବର): ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ସୋମବାର ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ତଥା ତୃତୀୟ ଅତିରିକ୍ତ ଜିଲା ଜଜ ବିକ୍ରମ କେଶରୀ ପଟ୍ଟନାୟକଙ୍କ ଇଜିଲାସରେ ୩ଜଣ ସାକ୍ଷ୍ୟ ପ୍ରଦାନ କରିବା ପାଇଁ ଥିବାବେଳେ ୨ଜଣ ସାକ୍ଷ୍ୟ ପ୍ରଦାନ କରିଛନ୍ତି । ଉକ୍ତ ଗ୍ରାମର ଜଣେ ଦୋକାନୀ ଟୁନି ଓଝା ଓ ବବଲୁ ସାକ୍ଷ୍ୟ ପ୍ରଦାନ କରିଥିଲେ । ଆସନ୍ତା ୨୮ତାରିଖରେ ପରବର୍ତ୍ତୀ ସାକ୍ଷ୍ୟ ଗ୍ରହଣ ପାଇଁ ଧାର୍ଯ୍ୟ ହୋଇଛି । ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୬ଜଣ ସାକ୍ଷ୍ୟ ପ୍ରଦାନ କରିସାରିଛନ୍ତି ।