ହାଇଦ୍ରାବାଦରେ ୧୪ ଓଡ଼ିଆ ଶ୍ରମିକ ବନ୍ଧକ

Feb 25, 2019 - 18:24
 201
ଅନୁଗୋଳ,୨୫/୨(ସକାଳଖବର): ଅନୁଗୋଳ ଜିଲ୍ଳା ବନ୍ତଳା ଥାନା ଅନ୍ତର୍ଗତ ମାଟିଆସାହି ଗ୍ରାମ ପଞ୍ଚାୟତରୁ ୧୭ଜଣ ଶ୍ରମିକ ସୁଦୂର ହାଇଦ୍ରାବାଦକୁ ଇଟାଭାଟି କାମ କରିବାକୁ ଯାଇଥିଲେ । ଜନୈକ ନଲାଲ ସାହଯ୍ୟ;ର ପ୍ରଥମେ ସେମାନେ ବଲାଙ୍ଗୀର କଣ୍ଟାବାଞ୍ଜିରେ ପହଞ୍ଚି ସେଠାରୁ ଚଳିତ ବର୍ଷ ଜାନୁଆରୀ ୪ ତାରିଖରେ ହାଇଦ୍ରାବାଦ ଯାଇଥିଲେ । ସେଠାରେ ଗୋଟିଏ ସପ୍ତାହ କାମ କରିବା ପରେ ଇଟାଭାଟି ମାଲିକଙ୍କ ର ନିର୍ଯ୍ୟାତନାର ଶିକାର ହୋଇଥିଲେ । ସେମାନଙ୍କୁ ସଠିକ ପାଉଣା ଦେଉନଥିବା ସହ ଖାଇବାକୁ ମଧ୍ୟ ଦିଆଯାଉନଥିଲା । ଶ୍ରମିକ ମାନେ ପତ୍ୟାବର୍ତ୍ତନ ପାଇଁ କହିବାରୁ ସେମାନଙ୍କୁ ମାଲିକ ଜବରଦସ୍ତ ବନ୍ଧକ ସୂତ୍ରରେ ରଖିବା ସହ ଧମକଚମକ ଦେଉଥିଲା । ପ୍ରତିବାଦ କଲେ ମାଡ଼ ଓ ଗାଳି ଗୁଲଜ କରୁଥିଲା । ସେଠାରୁ କୌଶଳକ୍ରମେ ଖସିଆସିଥିବା ଶ୍ରମିକ ଶ୍ରୀ ଗଗନ ବେହେରା ଓ ତାର ସ୍ତ୍ରୀ ଚଳିତ ମାସ ୨୩ ତାରିଖରେ ମାନ୍ୟବର ସ୍ୱାସ୍ଥ୍ୟ ସ ପରିବାର କଲ୍ୟାଣ ଆଇନ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ପତାପ ଜେନାଙ୍କୁ ଅନୁଗୋଳ ସର୍କିଟ ହାଉସ ଠାରେ ସାକ୍ଷାତ କରି ଏହି ନିର୍ଯ୍ୟାତନା ବିଷୟରେ ମନ୍ତ୍ରୀଙ୍କୁ ଅବଗତ କରିଥିଲେ । ସ୍ଥାନୀୟ ସରପଞ୍ଚ ଶ୍ରୀ ସହଦେବ ବେହେରାଙ୍କ ନେତୃତ୍ୱରେ ବନ୍ଧକ ଶ୍ରମିକମାନେ କିପରି ସୁରକ୍ଷିତ ଭାବେ ନିଜ ଘରେ ପହଞ୍ଚିବେ ସେଥିପାଇଁ ମନ୍ତ୍ରୀ ତେଲେଙ୍ଗାନା ରାଷ୍ଟ୍ର ସମିତିର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ ଓ ଡ଼ି ଜିଙ୍କୁ ନିବେଦନ କରିଥିଲେ । ଏହି ଶ୍ରମିକ ମାନଙ୍କୁ ଖୁବ ଶୀଘ୍ର ଉଦ୍ଧାର କରାଯାଇ ସେମାନଙ୍କ ନିଜ ଘରକୁ ପଠାଇ ଦିଆଯିବ ବୋଲି ତେଲେଙ୍ଗାନାର ଡ଼ି ଜି ମନ୍ତ୍ରୀଙ୍କୁ ପ୍ରତିଶୃତି ଦେଇଛନ୍ତି । ସମସ୍ତ ଶ୍ରମିକ ହେଉଛନ୍ତି ମାଟିଆ ସାହି ପଞ୍ଚାୟତର ବରଡ଼ାସାହି ଗ୍ରାମର ଅନୂସୂଚିତ ଜାତି ବର୍ଗର ଗୋଟିଏ ସଂପ୍ରଦାୟର । ଶ୍ରୀ ଗଗନ ବେହେରା ତାର ପରିବାର ସହ ଦେହ ଖରାପ ଅଛି କହି ଡ଼ାକ୍ତରଙ୍କୁ ଦେଖା କରି ଜଣେ ସଡ଼ିଆଙ୍କ ସହାୟତାରେ ଟିକେଟ କରି କୌଶଳ କ୍ରମେ ସେଠାରୁ ଖସିଆସିଥିଲା ।