ଅନୁଗୋଳ ଜିଲ୍ଲା ପୁଷ୍ପ ପ୍ରଦର୍ଶନୀ ଉଦଘାଟିତ

Jan 5, 2019 - 18:30
 206
ଅନୁଗୋଳ ଜିଲ୍ଲା ପୁଷ୍ପ ପ୍ରଦର୍ଶନୀ ଉଦଘାଟିତ
ଅନୁଗୋଳ,୫/୧(ସକାଳଖବର): ମିଶ୍ରପଡ଼ାସ୍ଥିତ ଉଦ୍ୟାନ ବିଭାଗ କାର୍ଯ୍ୟାଳୟରେ ଜିଲ୍ଳାସ୍ତରୀୟ ପୁଷ୍ପ ପ୍ରଦର୍ଶନୀ ଅନୁଗୋଳ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ କାର୍ତ୍ତିକ ଭିଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଅଛି । ଏହା ୭ ତାରିଖ ସନ୍ଧ୍ୟା ୭ଘଟିକା ପର୍ଯ୍ୟନ୍ତ ଚାଲିବ । ମୁଖ୍ୟଅତିଥି ଶ୍ରୀଯୁକ୍ତ କାର୍ତ୍ତିକ ଭି. ଏହି ଅବସରରେ ନିଜର ବକ୍ତବ୍ୟ ପ୍ରଦାନ କରି କହିଲେ ଯେ ନିଜ ଉଦ୍ୟମରେ ବୃକ୍ଷରୋପଣ ଏବଂ ବଗିଚା କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଲେ ଏକ ସବୁଜ ସୁନ୍ଦର ପରିବେଶର ସ୍ୱପ୍ନ ସକାର ହୋଇପାରିବ । ସବୁଜିମା ସୃଷ୍ଟି ପାଇଁ ସବୁଜାଗାରେ ସ୍ଥାନୀୟ ଲୋକଙ୍କ ସହଯୋଗ ଅତ୍ୟନ୍ତ ଆବଶ୍ୟକ ବୋଲି ସେ ପ୍ରକାଶ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଭାରତୀୟ ଜନସେବାର ପ୍ରସେସନ ଅଫିସରେ ଶ୍ରୀ ଧନରାଜ ଧଣ୍ଡଧିରେ ଯୋଗଦେଇ ଏପରି ପୁଷ୍ପ ପ୍ରଦର୍ଶନୀ ପରିବେଶ ସୁରକ୍ଷା ପାଇଁ ସଚେତନତା ଆଣିବ । ଏହି ପ୍ରଦର୍ଶନୀରେ ଅନ୍ୟତମ ଅତିଥି ଭାବେ ଉଦ୍ୟାନ ବିଭାଗର ଉପନିଦେ୍ର୍ଧଶକ ଶ୍ରୀ ପଦ୍ମଲୋଚନ ଦାସ, ଅମୀୟ ସ୍ୱାଇଁ, ଗ୍ରୀନ ଅନୁଗୋଳ ମୁଖ୍ୟ ସଂଯୋଜକ ଡ଼କ୍ତର ଦେବାଶିଷ ପ୍ରଧାନ, ରାଜେନ୍ଦ୍ର ପ୍ରଧାନ, ବରିଷ୍ଠ ଆଇନଜୀବୀ ପ୍ରଭାତ ଦାଶ ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ପ୍ରଦର୍ଶନୀର ଉଦଯାପନୀ ସମାରୋହ ସାତ ତାରିଖ ଦିନ ସନ୍ଧ୍ୟା ୫ ଘଟିକାରେ ଅନୁଷ୍ଠିତ ହେବ ଯେଉଁଥିରେ ଅନୁଗୋଳର ଜିଲ୍ଲାପାଳ ଅନୀଲ କୁମାର ସାମଲ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ରଦର୍ଶନୀରେ ଟିକୁ ନର୍ସରୀ, ବାବା ନର୍ସରୀ, ହାଇଟେକ ନର୍ସରୀ ଏବଂ ସୁରେନ୍ଦ୍ର ହସପିଟାଲ ପ୍ରମୁଖ ଭାଗ ନେଇଅଛନ୍ତି ।