ଅନୁଗୋଳରେ ଘଡ଼ଘଡ଼ି ବର୍ଷା ସହ କୁଆ ପଥର

Feb 25, 2019 - 18:23
 135
ଅନୁଗୋଳ ,୨୫/୨(ସକାଳଖବର): ଦୀର୍ଘ ୨/୪ ଦିନ ହେଲା ଗ୍ରୀଷ୍ମର ପ୍ରାରମ୍ଭିକ ପ୍ରବେଶରେ ଅନୁଗୋଳର ପାଣିପାଗ ପରିବର୍ତ୍ତନର ଅନୁଭବ ହେଉଥିଲା । ଦିନବେଳା ତାପମାତ୍ରା କ୍ରମଶଃ ବୃଦ୍ଧି ପାଇବା ଯୋଗୁ ଜନସାଧାରଣ ଅଶ୍ୱସ୍ତି ଅନୁଭବ କରୁଥିଲେ । ମାତ୍ର ଆଜି ଅପରାହ୍ନ ୫ ଘଟିକା ବେଳେ ଘଡ଼ଘଡ଼ି ବର୍ଷା ସହ କୁଆପଥର ବୃଷ୍ଟି ଦେଖିବାକୁ ମିଳିଛି । ଯଦ୍ୱାରା ପାଣିପାଗରେ ପରିବର୍ତ୍ତନ ଘଟିଛି । ଆଉ ଉଷ୍ମତା ହ୍ରାସ ପାଇ ଶୀତଳତା ପ୍ରଦାନ କରିଛି । ତେବେ ଏହି ଘଡ଼ଘଡ଼ି ବର୍ଷା ଓ କୁଆପଥର ଯୋଗୁ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାଯାଇଛି ।