ଜାଗା ମିଶନରେ ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ

Feb 25, 2019 - 18:25
 179
ଜାଗା ମିଶନରେ ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ
ଅନୁଗୋଳ,୨୫/୨(ସକାଳଖବର): ସରକାରଙ୍କ ଯାଗା ମିଶନରେ ଆଜି ଅନୁଗୋଳ ଜିଲ୍ଳାର ୫୦୦ ଜଣ ବସ୍ତି ବାସିନ୍ଦାଙ୍କୁ ପ୍ରଥମ ପର୍ଯ୍ୟାୟରେ ଜମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯିବାକୁ ସ୍ଥିର କରାଯାଇଛି । ଜିଲ୍ଲାସ୍ତରରେ ଜିଲ୍ଲା କଳା କେନ୍ଦ୍ରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଗୋଳ ବିଧାୟକ ଶ୍ରୀ ରଜନୀକାନ୍ତ ସିଂ ଓ ତାଳଚେର ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନ ଯୋଗ ଦେଇ ଅନୁଗୋଳ ପୌରପାଳିକାର ୧୩୫, ତାଳଚେର ପୌରପାଳିକାର ୧୦୯ ଓ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦର ୫୪ଜରଙ୍କୁ ଏହି ପ୍ରମାଣପତ୍ର ପ୍ରଦାନ କରିଛନ୍ତି । ଅବଶିଷ୍ଟ ହିତାଧିକାରୀଙ୍କୁ ସଂପୃକ୍ତ ପୌର କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ବଣ୍ଟାଯିବ । ସହରରେ ରହୁଥିବା ଗରିବ ଓ ଖଟିଖିଆ ମାନଙ୍କୁ ସେମାନଙ୍କର ମା, ମାଟି, ପାଣି ଓ ପବନ ଉପରେ ଅଧିକାର ସାବ୍ୟସ୍ତ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ତାଳଚେର ବିଧାୟକ ପ୍ରଶଂଶା କରିଥିଲେ । ବସ୍ତି ବାସିନ୍ଦା ମାନଙ୍କୁ ବାସଗୃହ ନିମନ୍ତେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ତାଳଚେର ବିଧାୟକ ପ୍ରଶଂସା କରିଥିଲେ । ବସ୍ତି ବାସିନ୍ଦା ମାନଙ୍କୁ ବାସଗୃହ ନିମନ୍ତେ ସରକାର ଜାଗା ଯୋଗାଇ ଦେଇ ସେମାନଙ୍କର ବହୁ ଦିନର ସ୍ୱପ୍ନକୁ ବାସ୍ତ ରୂପ ଦେବା ସହ ସେମାନଙ୍କର ଜୀବନ ଜୀବିକା ପାଇଁ ପନ୍ଥା ଯୋଗାଇ ଦେଇଚନ୍ତି ବୋଲି ଅନୁଗୋଳ ବିଧାୟକ ପ୍ରକାଶ କରିଥିଲେ । ଅନୁଗୋଳ ଉପଜିଲ୍ଳାପାଳ ଶ୍ରୀ ବାସୁଦେବ ଶତପଥି ଓ ତାଳଚେର ଉପଜିଲ୍ଲାପାଳ ଶ୍ରୀ ପରେଶ ଚନ୍ଦ୍ର ନାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଯାଗା ମିଶନର ଉଦେ୍ଧଶ୍ୟ ଓ ଆଭିମୁଖ୍ର ସଂପର୍କରେ ଆଲୋକପାତ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ ହୋଇଥିବା ୫୦୦ ଜଣଙ୍କ ମଧ୍ୟରୁ ୨୯୮ ଜଣ ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକ ଯେୁଁମାନେ ୩୨୩ ବର୍ଗ ଫୁଟରୁ ୪୮୪ ବର୍ଗଫୁଟ ମଧ୍ରରେ ଯାଜା ଅଧିକୃତ କରିଛନ୍ତି ସେମାନଙ୍କର ବଳକା ଯାଗାର ମୂଲ୍ୟ ତହସିଲଦାରଙ୍କ ଦ୍ୱାରା ବେଞ୍ଚ ମାର୍କ ମୂଲ୍ୟ ମାଧ୍ୟଢ଼ରେ ନିରୂପଣ ହେବା ପରେ ସେମାନଙ୍କୁ ପରବର୍ତ୍ତି ସମୟରେ ଜମିର ପ୍ରମାଣପତ୍ର ପ୍ରଦାନ କରାଯିବ । ଏହି ଯାଗାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨ଲକ୍ଷ ଟଙ୍କା ବ୍ୟୟରେ ଘର ନିର୍ମାଣ ସହାୟତା ଓ ୪ମାସ ମଧ୍ୟରେ ଘର ସଂପୂର୍ଣ୍ଣ କଲେ ୨୦ ହଜାର ଟଙ୍କା ପ୍ରୋତ୍ସାହନ ଯୋଗାଇ ଦିଆଯିବ । ଏହା ସହିତ ୮ ହଜାର ଟଙ୍କାର ଶୌଚାଳୟ ନିର୍ମାଣ ନିମନ୍ତେ ସହାୟତା ଦିଆଯିବ ।