ହାଇକୋର୍ଟରେ ହାଜର ହେଲେ ସିଏମସି କମିସନର

Jul 30, 2018 - 14:44
 173
ହାଇକୋର୍ଟରେ ହାଜର ହେଲେ ସିଏମସି କମିସନର
କଟକ, ୩୦ା୭(ସକାଳଖବର): ହେଡ କ୍ୱାଟର ଛାଡି ଭୁବନେଶ୍ୱରରେ ରହିବା ପ୍ରସଙ୍ଗରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରଣ ଓ ଡକ୍ଟର ଜଷ୍ଟିସ ବି ଆର ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ କଟକ ମହାନଗର ନିଗମ(ସିଏମସି) କମିସନର ବିକାଶ ମହାପାତ୍ର ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ । ତେବେ କଟକ ସହରରେ ଅବିଶ୍ରାନ୍ତ ବର୍ଷା ଜାରି ରହିଥିବାବେଳେ କମିସନର ହେଡ କ୍ୱାଟର ଛାଡି ଭୁବନେଶ୍ୱରରେ ଥିବାରୁ କୋର୍ଟ ବିରକ୍ତି ପ୍ରକାଶ କରିଥିଲେ । ଏଥିସହ ଆଉ କେଉଁ ଅଫିସରମାନେ ଭବନେଶ୍ୱରରେ ରହୁଛନ୍ତି ସେ ସଂକ୍ରାନ୍ତରେ ଆସନ୍ତାକାଲି ସୁଦ୍ଧା ସତ୍ୟପାଠ ମାଧ୍ୟମରେ ଜବାବ ରଖିବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବଙ୍କୁ କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି ।