ଜୟ ବିଜୟ ଦ୍ୱାର କାମ ଶେଷ

Jul 30, 2018 - 14:42
 184
ଜୟ ବିଜୟ ଦ୍ୱାର କାମ ଶେଷ
କଟକ,୩୦ା୭(ସକାଳଖବର): ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲାର ଶୁଣାଣି ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତ ଜଷ୍ଟିସ ବିନୀତ ଶରଣ ଓ ଡକ୍ଟର ଜଷ୍ଟିସ ବି ଆର ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ହୋଇଛି । ପୂର୍ବ ନିଦେ୍ର୍ଧଶନାମା ଅନୁଯାୟୀ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ସୁପରଟେଣ୍ଡେଡିଂଙ୍ଗ ଏଚ. କେ ନାୟକଙ୍କ ପକ୍ଷରୁ ଖଣ୍ଡପୀଠରେ ସତ୍ୟପାଠ ଦାଖଲ କରାଯାଇ ମନ୍ଦିର ମରାମତି କାମର ଅଗ୍ରଗତି ଓ ଅନୁଧ୍ୟାନ ସଂପର୍କରେ କୋର୍ଟଙ୍କୁ ଅବଗତ କରାଯାଇଥିଲା । ତେବେ ରଥ ଯାତ୍ରା ସମୟରେ ଜୟ ବିଜୟ ଦ୍ୱାର କାମ ଶେଷ ହୋଇଥିବା ସତ୍ୟପାଠ ମାଧ୍ୟମରେ ଦର୍ଶାଯାଇଛି । ରାଜ୍ୟ ସରକାର ଓ ମନ୍ଦିର ପ୍ରଶାସନ ଦୈନିକ ୧୨ଘଣ୍ଟା ସମୟ ଯୋଗାଇ ଦେଇଥିବାରୁ ଯଥା ସମୟରେ କାମ ସମାପ୍ତ ହୋଇଥିଲା ବୋଲି ଦର୍ଶାଯାଇଛି । ସେହିପରି ଗଠିତ କମିଟି ପକ୍ଷରୁ ନାଟ ମଣ୍ଡପକୁ ଅନୁଧ୍ୟାନ କରାଯାଇଥିବାବେଳେ କାର୍ଯ୍ୟ ଆରମ୍ଭ ପାଇଁ ପ୍ରାକଳନ କରାଯାଇ ମଞ୍ଜୁର ପାଇଁ ଚିଠା ମୁଖ୍ୟାଳୟକୁ ପଠାଯାଇଛି । ମଞ୍ଜୁର ହୋଇ ଆସିଲେ କାମ ଆରମ୍ଭ ହେବ ବୋଲି ଦର୍ଶାଯାଇଛି ।