ସ୍ୟାଟ ପଦବି ପୂରଣ ପ୍ରସଙ୍ଗରେ ୨୩ରେ ଶୁଣାଣି

Aug 17, 2018 - 15:59
 202
ସ୍ୟାଟ ପଦବି ପୂରଣ ପ୍ରସଙ୍ଗରେ ୨୩ରେ ଶୁଣାଣି
କଟକ,୧୭ା୮(ସକାଳଖବର): ଓଡିଶା ପ୍ରଶାସନିକ ନ୍ୟାୟାଧିକରଣ(ସ୍ୟାଟ) ଉଚ୍ଛେଦ ପ୍ରସଙ୍ଗରେ ହାଇକୋର୍ଟ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ ଓ ଜଷ୍ଟିସ ଜେ ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିଥିବାବେଳେ ପରବର୍ତ୍ତୀ ଶୁଣାଣି ଆସନ୍ତା ୨୩ ତାରିଖରେ ହେବା ପାଇଁ ଧାର୍ଯ୍ୟ କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିରଜାପ୍ରସନ୍ନ ଶତପଥୀ, ଉଲ୍ଲାସ ଚନ୍ଦ୍ର ମହାନ୍ତି, ରବି ପଟ୍ଟନାୟକ ମାମଲା ପରିଚାଳନା କରୁଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୮୬ ମସିହା ଜୁଲାଇ ମାସ ୧୪ତାରିଖରେ ସ୍ୟାଟ ପ୍ରତିଷ୍ଠା ହୋଇଥିଲା । ଭୁବନେଶ୍ୱରର ପ୍ରମୁଖ ବେଞ୍ଚ ରହିଥିବା ବେଳେ ପରବର୍ତ୍ତୀ ସମୟରେ କଟକରେ ନିୟମିତ ବେଞ୍ଚ ହୋଇଥିଲା । ଏଥି ସହିତ ସମ୍ବଲପୁର ଓ ବ୍ରହ୍ମପୁରରେ ଟ୍ରିବୁ୍ୟନାଲର ସର୍କିଟ ବେଞ୍ଚ ରହିଛି ।