କଳାହାଣ୍ଡି ମହାସଭା ଆୟୋଜନ ଉପରେ ଅନ୍ତରୀଣ ରହିତାଦେଶ

May 25, 2018 - 11:44
 170
କଳାହାଣ୍ଡି ମହାସଭା ଆୟୋଜନ ଉପରେ ଅନ୍ତରୀଣ ରହିତାଦେଶ
କଟକ,୨୪ା୫(ସକାଳଖବର): କଳାହାଣ୍ଡି କ୍ଷେତ୍ରିୟ ପାଇକ ସମାଜ ପୂର୍ବ ମଣ୍ଡଳ ନାଁରେ କିଛି ଗୋଷ୍ଠୀ ହିନ୍ଦୁ ନିତୀରୀତି ଅନୁସାରେ ବିବାହିତ ପଞ୍ଜିକରଣ ସାର୍ଟିଫିକେଟ ପ୍ରଦାନ କରିବା ଓ ଏକ ମହାସଭା କରିବା ପାଇଁ ନିଷ୍ପତ୍ତି ନେବା ଉପରେ ଦାୟର ମାମଲା ଉପରେ ଡକ୍ଟର ଜଷ୍ଟିସ ଡି ପି ଚୌଧୁରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ମହାସଭା ଆୟୋଜନ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିବା ସହ ଜିଲାପାଳ ଓ ଭବାନୀପାଟଣା ପୁଲିସକୁ ଏ ଦିଗରେ ଧ୍ୟାନ ଦେବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ନିରଞ୍ଜନ ସିଂହ ମାମଲା ପରିଚାଳନା କରୁଥିବାବେଳେ ଆଇନଜୀବୀ ଅନୁଭବ କୌସ୍ତଭ ରାଉତ,ଏ. ସି ସାହୁ ସହାୟତା କରୁଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୯୫ ମସିହାରୁ କଳାହାଣ୍ଡି କ୍ଷତ୍ରିୟ ପାଇକ ସମାଜ ପୂର୍ବ ମଣ୍ଡଳ ପଞ୍ଜିକରଣ ଆଇନ ଅନୁସାରେ ଜିଲା ପ୍ରଶାସନ ଦ୍ୱାରା ପଞ୍ଜିକୃତ ହୋଇଛି । ଏହି ସଂସ୍ଥା ନାଁରେ କିଛି ଗୋଷ୍ଠୀ ନବ ବିବାହିତ ମାନଙ୍କୁ ବିବାହିତ ସାର୍ଟିଫିକେଟ ପ୍ରଦାନ କରୁଥିବା ନେଇ ଅଭିଯୋଗ ହେବା ପରେ ଅତିରିକ୍ତ ଜିଲାପାଳ କଳାହାଣ୍ଡି କ୍ଷତ୍ରିୟ ପାଇକ ସମାଜ ପୂର୍ବ ମଣ୍ଡଳର ପଞ୍ଜିକରଣକୁ ବାତିଲ କରିଦେଇଥିଲେ । ଅନ୍ୟପକ୍ଷରେ ଅନ୍ୟଗୋଷ୍ଠୀ ପାଇକ ସମାଜ ନାଁରେ ଏକ ମହାସଭା ଆୟୋଜନ କରିବା ପାଇଁ ନିଷତ୍ତିି ନେଇ ଆସନ୍ତା ୨୬ ଓ ୨୭ତାରିଖକୁ ଦିନଧାର୍ଯ୍ୟ କରିଥିଲେ । ତେବେ ଅନ୍ୟଗୋଷ୍ଠୀର ଏପରି ବେଆଇନ କାର୍ଯ୍ୟକଳାପକୁ ନେଇ କଳାହାଣ୍ଡି କ୍ଷେତ୍ରିୟ ପାଇକ ସମାଜ ପୂର୍ବମଣ୍ଡଳ ସଭାପତି ରାମଚନ୍ଦ୍ର ବେହେରା ହାଇକୋର୍ଟର ଦ୍ୱାରସ୍ଥ ହୋଇ ଏକ ମାମଲା ରୁଜୁ କରିଥିଲେ ।