ଶିକ୍ଷକଙ୍କ ବଦଳି ଆଦେଶ ରଦ୍ଧ

Aug 17, 2018 - 16:02
 183
ଶିକ୍ଷକଙ୍କ ବଦଳି ଆଦେଶ ରଦ୍ଧ
କଟକ,୧୭ା୮(ସକାଳଖବର): ଶିକ୍ଷକଙ୍କ ବଦଳି ଆଦେଶନାମାରେ ବାତିଲକୁ ଚାଲେଞ୍ଜ କରି ଦାୟର ମାମଲାରେ ରାଜ୍ୟ ପ୍ରଶାସନିକ ଟ୍ରିବୁ୍ୟନାଲ(ସ୍ୟାଟ) ରାୟ ପ୍ରକାଶ କରି ମୟୂରଭଞ୍ଜ ଜିଲାପାଳଙ୍କ ପୁନଃ ଆଦେଶନାମାକୁ ରଦ୍ଧ କରି ପ୍ରଥମ ନିଦେ୍ର୍ଧଶନାମାକୁ କାଏମ ରଖିଛନ୍ତି । ତେବେ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସ୍ୱପ୍ନ କୁମାର ଓଝା ମାମଲା ପରିଚାଳନା କରୁଥିଲେ । ମାମଲାର ବିବରଣୀରୁ ପ୍ରକାଶ ଯେ ମୟୂରଭଞ୍ଜ ଜିଲାରେ କାର୍ଯ୍ୟରତ ଥିବା ୧୮୧ଜଣ ଶିକ୍ଷକଙ୍କୁ ଜିଲାପାଳ ୨୦୧୮, ଜୁନ ମାସ ୧୩ ତାରିଖରେ ବଦଳି କରିଥିଲେ । ଜିଲା ଟ୍ରାନ୍ସଫର କମିଟି ସୁପାରିଶକ୍ରମେ ଜିଲାପାଳ ଏହି ବଦଳି ନିଦେ୍ର୍ଧଶନାମା ବିଜ୍ଞପ୍ତି ମାଧ୍ୟମରେ ଜାରି କରିଥିଲେ । ଜିଲାପାଳଙ୍କ ଆଦେଶନାମାକୁ ପାଳନ କରି ଶିକ୍ଷକମାନେ ନିଜନିଜ ସ୍ଥାନରେ ଯୋଗ କରିବା ପରେ ଜିଲାପାଳ ପୁଣି ଏକ ବିଜ୍ଞପ୍ତି ପ୍ରକାଶ କରି ବଦଳି ଆଦେଶନାମାକୁ ବାତିଲ କରିଥିଲେ । ୨୦୧୮, ଜୁଲାଇ ମାସ ୪ତାରିଖରେ ଜିଲାପାଳ କୌଣସି କାରଣ ନଦର୍ଶାଇ ପୂର୍ବ ନିଦେ୍ର୍ଧଶନାମାକୁ ପରିବର୍ତ୍ତନ କରିବା ସହ ବଦଳି ଆଦେଶକୁ ବାତିଲ କରିଥିଲେ । ଫଳରେ କିଛି ଶିକ୍ଷକ ଏହାକୁ ଚାଲେଞ୍ଜ କରି ସ୍ୟାଟରେ ଦ୍ୱାରସ୍ଥ ହୋଇଥିଲେ ।