ବେଆଇନ ଗୋ ଚାଲାଣ ମାମଲା

Jul 9, 2018 - 17:32
 176
କଟକ,୯ା୭(ସକାଳଖବର): ବେଆଇନ ଗୋ ଚାଲାଣ ମାମଲାକୁ ନେଇ ଦାୟର ଅଦାଲତ ଅବମାନନା ମାମଲାରେ ସୋମବାର ହାଇକୋର୍ଟ ଜଷ୍ଟିସ ଏସ୍.ଏନ୍ ପ୍ରସାଦଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ହୋଇଥିବାବେଳେ ଆବେଦନକାରୀଙ୍କ ପକ୍ଷରୁ ବିଭିନ୍ନ ସମୟରେ ପ୍ରକାଶ ପାଇଥିବା କୋର୍ଟର ରାୟ ଦାଖଲ କରାଯାଇଥିଲା । ତେବେ ସରକାରଙ୍କ ପକ୍ଷରୁ ମହଲତ ଲୋଡିବାରୁ କୋର୍ଟ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଆସନ୍ତା ୧ସପ୍ତାହ ପରେ ହେବ ବୋଲି ଧାର୍ଯ୍ୟ କରିଛନ୍ତି ।