ସାତକୋଶିଆ ଗିରଫଦାରୀ ଘଟଣାକୁ କନକଙ୍କ ନିନ୍ଦା

Nov 22, 2018 - 17:57
 160
ଅନୁଗୋଳ ୨୨/୧୧ (ସକାଳଖବର): ସୁନ୍ଦରୀ ବାଘୁଣୀକୁ ନେଇ ସାତକୋଶିଆ ଅଞ୍ଚଳରେ ଯେଉଁ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା ସେହି ଘଟଣା ନେଇ ପୋଲିସ ନିରୀହ ଓ ନିଦେ୍ର୍ଧାଷ ଲୋକଙ୍କୁ ଜେଲ ପଠାଉଛି । ଅପରପକ୍ଷେ ମହାବଳ ମୃତ୍ୟୁ ଓ ବାଘୁଣୀ ସୁନ୍ଦରୀର ସୁରକ୍ଷାରେ ଅବହେଳା କରିଥିବା ସଂପ୍ୃକ୍ତ ଦୋଷୀମାନଙ୍କ ବିରୋଧରେ ସରକାର କାର୍ଯ୍ୟଅନୁଷ୍ଠାନ ଗ୍ରହଣ କରୁନାହାନ୍ତି । କେବଳ ନିରୀହ ଲୋକଙ୍କୁ ଜେଲ ଭୟ ଦେଖାଇ ନବୀନ ସରକାର ଲୋକଙ୍କ ଉପରେ ଦାଉ ସାଧୁଛି ବୋଲି ଭାଜପା ନେତା କନକ ବର୍ଦ୍ଧନ ସିଂ ଦେଓ ଆଜି ଜେଲକୁ ଆସିଥିବାବେଳେ ପ୍ରକାଶ କରିଛନ୍ତି । ସୂଚନା ଯେ, ଆଜି ଅପରାହ୍ନରେ ଅନୁଗୋଳ ଜେଲକୁ ଭାଜପା ନେତା କନକ ବର୍ଦ୍ଧନ ସିଂ ଦେଓ ଓ ରୁଦ୍ରନାରାୟଣ ପାଣି ପହଞ୍ଚô ସାତକୋଶିଆ ଘଟଣାରେ ଜେଲ ଯାଇଥିବା ଭାଜପା ଜିଲା ସଭାପତି ଭାଗୀରଥି ପ୍ରଧାନଙ୍କୁ ଭେଟିଛନ୍ତି । ଆଉ ସାତକୋଶିଆ ଘଟଣା ସମ୍ପର୍କରେ ଯେଭଳି ମିଥ୍ୟା ସଙ୍ଗୀନ ଦଫା ଲଗାଇ ଗିରଫ କରାଯାଇଛି ତାହା ଶୁଣି ହତବାକ ହୋଇଯାଇଛନ୍ତି ବୋଲି ଶ୍ରୀ ସିଂ ଦେଓ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଆଉ ବାଘୁଣୀ ଠାରୁ ଅଧିକ କଠୋର ହୋଇପଡ଼ିଛି ପୋଲିସ ପ୍ରଶାସନ । ସରକାରଙ୍କର ପ୍ରରୋଚନାରେ ପୋଲିସ ପ୍ରଶାସନ ଯେଉଁଭଳି ଭାବେ ଗିରଫ ଦାରୀ ଚଳାଇଛି ତାହା ଅତି ନିନ୍ଦନୀୟ ଏବଂ ଆଗାମୀ ଦିନରେ ଏହି ଗିରଫ ଦାରୀ ଘଟଣାକୁ ନେଇ ବିଧାନସଭାରେ ଆଗତ କରାଯିବବୋଲି ଶ୍ରୀ ସିଂ ଦେଓ ପ୍ରକାଶ କରିଛନ୍ତି ।