ସହରୀ ଗ୍ୟାସ ବିତରଣ ପ୍ରକଳ୍ପର ଶୁଭାରମ୍ଭ

Nov 22, 2018 - 17:58
 167
ସହରୀ ଗ୍ୟାସ ବିତରଣ ପ୍ରକଳ୍ପର ଶୁଭାରମ୍ଭ
ଅନୁଗୋଳ ୨୨/୧୧ (ସକାଳଖବର): ସହରୀ ଗ୍ୟାସ ବିତରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ତଥା ଶୁଭାରମ୍ଭ କାର୍ଯ୍ୟକ୍ରମକୁ ନୂଆଦିଲ୍ଲୀ ବିଜ୍ଞାନ ଭବନଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଡ଼. ହର୍ଷବର୍ଦ୍ଧନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରି ଦେଶବାସୀଙ୍କ ଉଦେ୍ଧଶ୍ୟରେ ଉସôର୍ଗୀକୃତ କରିଛନ୍ତି । ଏହି ଅବସରରେ ଢେ଼ଙ୍କାନାଳ-ଅନୁଗୋଳ ଜିଲାର ଜନସାଧାରଣଙ୍କ ସୁବିଧା ନିମନ୍ତେ ଏହି ଯୋଜନା ଅନ୍ତର୍ଭୂକ୍ତ ରହିଛି । ଏଣୁ ଅନୁଗୋଳ ଷ୍ଟାଡ଼ିୟମଠାରେ ଆୟୋଜିତ ଏକ ସଭାରେ ଭାଜପା ବିଧାୟକ ତଥା ପାଟଣାଗଡର ରାଜା କନକ ବର୍ଦ୍ଧନ ସିଂ ଦେଓ ଓ ପ୍ରାକ୍ତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି ବିତରଣ ପ୍ରକଳ୍ପର ମୁଖ୍ୟ ରାଣାଜୀ ପ୍ରମୁଖ ଯୋଗଦାନ କରି ଅନୁଗୋଳ-ଢେ଼ଙ୍କାନାଳ ପ୍ରକଳ୍ପର ଶିଳାନ୍ୟାସ କରିଥିବା ଜଣାଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଶ୍ରୀ ସିଂ ଦେଓ କହିଲେ ଯେ, ଦୀର୍ଘ ୪ ବର୍ଷ ମଧ୍ୟରେ ନରେନ୍ଦ୍ର ମୋଦୀଙ୍କ ସରକାର ବହୁ ଜନହିତକର କାର୍ଯ୍ୟ କରିଛନ୍ତି । ତା ମଧ୍ୟରୁ ସହରୀ ଗ୍ୟାସ ବିତରଣ ପ୍ରକଳ୍ପ ଅନ୍ୟତମ । ଏହା ଦ୍ୱାରା ଗ୍ୟାସ ଶସ୍ତା ଓ ସୁଲଭ ଦରରେ ମିଳିବା ସହ ସୁରକ୍ଷିତ ଇନ୍ଧନ ଭାବେ ଜନସାଧାରଣଙ୍କୁ ମିଳିପାରିବ । ଏହି ଅବସରରେ ପ୍ରାକ୍ତନ ସାଂସଦ ଶ୍ରୀ ପାଣି ମହୋଦୟ କହିଲେ ତାଙ୍କ ଅଭିଭାଷଣରେ କହିଲେ ଯେ, ନରେନ୍ଦ୍ର ମୋଦୀଙ୍କ ସରକାର ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ଦେଶର ଅର୍ଥ ନୈତିକ ଅଭିବୃଦ୍ଧି ଓ ବିକାଶ ଦିଗରେ ସହାୟକ ହେଉଛି । ପାଇପ ଯୋଗେ ପ୍ରତିଘରେ ଘରେ ଗ୍ୟାସ ପହଞ୍ଚôବା ପ୍ରକ୍ରିୟା ଜନସାଧାରଣଙ୍କୁ ସହଜ ଓ ସରଳ ହେବ ଏହାଦ୍ୱାରା ଲୋକମାନେ ସଠିକ ଭାବେ ଗ୍ୟାସ ବ୍ୟବହାର କରିପାରିବେ ।